ବେଆଇନ ବାଲି ଗାଡି ଚଳାଚଳ ବନ୍ଦ ଦାବି
ପାଣିକୋଇଲି : ସଠିପୁର ଠାରୁ ବୈତରଣୀ ରୋଡ ଯାଇଥିବା ପୂର୍ବ ବିଭାଗ ରାସ୍ତାରେ ପ୍ରତିଦିନ ଶହ ଶହ ସଂଖ୍ୟା ବେଆଇନ ଭାବେ ବାଲି ଗାଡ଼ି ଚଳାଚଳ କରୁଛି । ଫଳରେ କରଦା ଠାରେ ଥିବା ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏମିତିକି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ପ୍ରଜା ମଧ୍ୟ ଅସୁବିଧାର ଶିକାର ହେଉଛନ୍ତି । ଭାରିଯାନ ଚଳାଚଳ ଯୋଗୁ ରାସ୍ତାର ଅବସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଆମ୍ବୁଲାନ୍ସ ଯିବା ଆସିବାରେ ବାଧାପ୍ରାପ୍ତ ହେଉଛି । ତେଣୁ ବାଲିଗାଡ଼ି କରିବାକୁ କରଦା ପଞ୍ଚାୟତବାସୀ ଦାବି କରିଛନ୍ତି । ଏନେଇ ଜିଲାପାଳ, ବିଧାୟକ, ବ୍ୟାସନଗର ତହସିଲଦାର, ପୂର୍ତ ବିଭାଗ ଓ ପାଣିକୋଇଲି ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।