ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀପଡା ପତିତପାବନ ରଥ ଯାତ୍ରା ପାଇଁ  ପ୍ରସ୍ତୁତି ବୈଠଳ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧକ୍ଷ ହେମନ୍ତ ସାହୁ, ମନ୍ଦିର ପରି·ଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ  । ବିଧାୟକ ଶ୍ରୀବେହେରା ଓ ବିଧାୟକ ଶ୍ରୀ ସାହୁ  ଚଳିତବର୍ଷ ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ଉତ୍ସବ ଭକ୍ତଙ୍କ ଗହଣରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତି ପୂର୍ଣ୍ଣ ଓ ଶୃଖଳିତ ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ । ଆବଶ୍ୟକ ରାସ୍ତା ନିର୍ମାଣ ଓ ମରାମତି, ଆଇନଶୃଙ୍ଖଳା, ପାନୀୟଜଳ, ପରିମଳ, ଟ୍ରାଫିକ ନିୟନ୍ତ୍ରଣ, ବିଦୁ୍ୟତ ସୁରକ୍ଷା, ଅଗ୍ନିଶମ ସେବା ଆଦି ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପୂର୍ତ୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଇଂ ରାଜଶ୍ରୀ ବେହେରା, ବିଦୁ୍ୟତ ବିଭାଗ କନିଷ୍ଟଯନ୍ତ୍ରୀ ସୂର୍ଯ୍ୟକାନ୍ତ ପାଢ଼ୀ, ଜନସ୍ୱାସ୍ଥ୍ୟ ସହସହକାରୀ ଯନ୍ତ୍ରୀ ସୁଦାମ ସାହୁ, ସ୍ୱାସ୍ଥ୍ୟ ବିଭାଗ ପି ଏଚ ଓ ନୃସିଂହ ଦାଶ, ଅଗ୍ନିଶମ ସେବା ଅଧିକାରୀ ରାମକୃଷ୍ ପଣ୍ଡା, କାଉନସିଲର  ମୃତ୍ୟୁଞ୍ଜୟ ପାଢ଼ୀ, ମିଟୁ ମନୋଜ ନାୟକ, ବ୍ରଜ ସୁନ୍ଦର ସାହୁ, ଶୁକଦେବ ସ୍ୱାଇଁ, ଈଶ୍ୱର ଲେଙ୍କା ଧନେଶ୍ୱର ଦାସ, ଇଂ ତ୍ରିଲୋଚନ ସୂତାର, ଗୋପାଳ ବିଶ୍ୱାଳ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଓ ବ୍ୟକ୍ତ