ଆଇନ ସଚେତନତା ଶିବିର
ରାୟାଗଡ: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ସତ୍ୟନାରାୟଣ ଷଡଙ୍ଗୀଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ସୁବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପିତାମହଲ ରେ ଥିବା ର ଟ୍ରେନିଙ୍ଗ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ଓ ଜିଲ୍ଲା ପ୍ରଶାସନ ର ସହଯୋଗ କ୍ରମେ “କର୍ମକ୍ଷେତ୍ରରେ ହେଉଥିବା ମହିଳାମାନଙ୍କର ଯୌନ ନିର୍ଯ୍ୟାତନ ସୁରକ୍ଷା ଆଇନ” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଓକିଲ କିଶୋର କୁମାର ସାହୁ, ଦେବରାଜ ନାଏକ ଓ ରାୟଗଡା ଜିଲ୍ଲା ର ଓ.ଏଲ୍.ଏମ୍ ର ଡି.ପି.ଏମ୍ ଶ୍ରୀ ଶଙ୍କର ଚାଲାନ ଓ ଜିଲ୍ଲା କୋଡିନେଟର କମ୍ କାଉନସିଲର (ପି.ସି.ଆଇ ଇଣ୍ଡିଆ) ବାସନ୍ତୀ ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ । ଏଥିସହିତ ଓ. ଏଲ୍.ଏମ୍ ର ଅନେକ ପ୍ରେରଣା ଦିଦି (ମହିଳା) ପ୍ରମୁଖ ଉପସ୍ଥିତ ଥିଲେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ମହିଳା ମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ସୀକାର ହେଉଛନ୍ତି ତାକୁ କିପରି ପ୍ରତିରୋଧ କରିବା ଓ ସେହି ଆଇନର ସଂଶ୍ଲିଷ୍ଟ ଆଇନ ବିଷୟରେ ବିସୃତ ଭାବରେ ଅଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ । ଏଥିସହିତ ମହିଳାମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ସୀକାର ହେଲେ ସେମାନଙ୍କ ପାଇ ନ୍ୟାୟିକ ବ୍ୟବସ୍ଥା ଓ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ । ଏଥିସହିତ ମହିଳା ସଶକ୍ତିକରଣ ଉପରେ ଥିବା ବିଭିନ୍ନ ଆକ୍ଟ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଏହି ଆଇନ ଉପରେ ଥିବା ସୁପ୍ରିମକୋଟର ଥିବା ବିଭିନ୍ନ ଜଜମେଣ୍ଟ ଉପରେ ଅଶଗ୍ରହଣକାରୀମାନଙ୍କୁ ଧାରଣା ଦେଇଥିଲେ ଓ ସର୍ବୋପରି ଏହି କାର୍ଯ୍ୟକ୍ରମରେ ଓ.ଏଲ୍.ଏମ୍ ର ପ୍ରେରଣା ଦିଦି(ମହିଳା) ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁବ୍ରତ ଆଚାର୍ଯ୍ୟଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।