ତୁଳସୀ ମହିଳା କଲେଜରେ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା: ତୁଳସୀ ମହିଳା ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗ ତରଫରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁ ପୌରହିତ୍ୟ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାଣୀବିଜ୍ଞାନର ମୁଖ୍ୟ ରଞ୍ଜିତ୍ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରଫେସର୍ ଜ୍ୟୋତ୍ସ୍ନାମୟୀ ପତି ଆଲୋଚନା ଚକ୍ରର ଉଦେ୍ଦଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ବିଷୟ ବିଶେଷଜ୍ଞ ଭାବେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟା ପ୍ରଫେସର୍ ଡ଼ ସ୍ୱାତୀ ପଣ୍ଡା ‘ସ୍ନେହସାରର ବର୍ଗୀକରଣ’ ସମ୍ପର୍କରେ ସବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରକୁ ବିଭାଗୀୟ ଅଧ୍ୟାପିକା ସ୍ୱସ୍ତିକା ଜେନା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଡେମୋନ୍ଷ୍ଟ୍ରେଟର୍ ବାଗ୍ମୀ ସାମଲ, ଐଶ୍ୱର୍ଯ୍ୟା ଦାଶ, ମାନସୀ ମଲ୍ଲ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ମହାବିଦ୍ୟାଳୟର ପ୍ରଫେସର୍ ଏରିକା ମହାନ୍ତି, ଡ଼ ସୁଜାତା ଭଟ୍ଟ, ବନସ୍ମିତା ପରିଡା, ଶୁଭସ୍ମିତା ଦାସ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣୀବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ଉପସ୍ଥିତ ଥିଲେ  ।