ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବିଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଭାନେତ୍ରୀ ରେଣୁବାଳା ସାହୁ ଏବଂ ଜିଲ୍ଲା ପ୍ରଭାରୀ କୁମୁଦିନି ପ୍ରଧାନଙ୍କ ନେତୃତ୍ୱରେ ବହୁ ଆଶାକର୍ମୀ ଯୋଗଦେଇ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷୋଭ କରିଥିଲେ । ଗତ ୩ ମାସ ଗଞ୍ଜାମ ଜିଲ୍ଲାର ଅଶାକର୍ମୀଙ୍କୁ ମିଳିନଥିବା ପ୍ରୋସôାହନ ରାଶି ଅତିଶୀଘ୍ର ପୈଠ କରିବା, ଅଶାକର୍ମୀଙ୍କ ମାସିକ ପ୍ରୋସôାହନ ରାଶି ପ୍ରତିମାସ ୧ ରୁ ୧୦ ତାରିଖ ସୁଦ୍ଧା ଦିଆଯିବା । ଆଶାକର୍ମୀଙ୍କ ଦ୍ୱାରା କରାଯାଉଥିବା ଅନ୍ୟ ସର୍ଭ ହେଲା କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଅଲଗା ଭତ୍ତା / ପାରିଶ୍ରମିକ ପ୍ରଦାନ କରିବା,ଅଶାକର୍ମୀ ମାନଙ୍କୁ ଇମୁ୍ୟନେସନ ପଏଣ୍ଟରେ ସମସ୍ତଙ୍କୁ ସମାନ ପ୍ରୋସôାହନ ରାଶି ପ୍ରଦାନ କରିବା, ଏମ୍.କେ.ସି.ଜି. ଏବଂ ସିଟି ହସ୍ପିଟାଲରେ ଆଶା ଗୃହ ସାଙ୍ଗକୁ ଶୌଚାଳୟ ବ୍ୟବସ୍ଥା ଏବଂ ୬ ଶଯ୍ୟା ବିଶିଷ୍ଟ ଆଶାଗୃହର ନିର୍ମାଣ କରିବା, ଅଶାକର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଅବସର କାଳୀନ ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା ଏବଂ ଅଶାକର୍ମୀଙ୍କୁ ଚାକିରୀରୁ ଅବସର ପରେ ପେନସନ ବ୍ୟବସ୍ଥା ସହିତ ୫ ଲକ୍ଷ ଟଙ୍କା ଅବସର କାଳୀନ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ଆଦି ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଆଶା ପ୍ରବନ୍ଧକ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା । ଯଦି ଏହି ଦାବି ପୂରଣ ଦିଗରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଓଡିଶା ରାଜ୍ୟ ଆଶାକର୍ମୀ ସଙ୍ଘ କାମଛାଡ଼ ଆନେ୍ଦାଳନକୁ ଓହ୍ଲାଇବା ସହିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବ ବୋଲି ସଭାନେତ୍ରୀ ରେଣୁବାଳା ସାହୁ ଚେତାବନୀ ଦେଇଛନ୍ତି । ଏହି ଅବସରରେ ମହାସଂଘ ସହିତ ଭାରତୀୟ ମଜଦୂର ସଙ୍ଘର ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ ଶଙ୍କର ଦାଶ, ଜିଲ୍ଲା ସମ୍ପାଦକ ଉମାଶଙ୍କର ସାହୁ, ଆଇନ ପରାମର୍ଶ ଦାତା ପ୍ରଶାନ୍ତ କୁମାର ସାହୁ, ସଙ୍ଗଠନ ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ, ମହାନଗର ସଭାପତି ଧର୍ମାରାଙ୍କ ସମେତ ବହୁ ଆଶାକର୍ମୀ ସହିତ ଉପସ୍ଥିତ ରହି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।