ଲ୍ୟାମ୍ପରେ ଧାନ କିଣାରେ ପାତରଅନ୍ତର : ଅଭିଯୋଗ ପ୍ରତିବାଦରେ ଚାଷୀଙ୍କ ଧାରଣା
ନୀଳଗିରି: ଲ୍ୟାମ୍ପ ଅଧିକାରୀ ଚାଷୀଙ୍କ ଧାନ କିଣାରେ ପ୍ରିୟାପ୍ରୀତି ପୋଷଣ କରୁଥିବାର ଅଭିଯୋଗ ଆଣି ଉପାୟ ନପାଇ ସ୍ୱର ଉତ୍ତୋଳନ କରିଥିଲେ । ନ୍ୟାୟ ପାଇବା ପାଇଁ ସଡକ ଉପରେ ଧାନ ବସ୍ତା ଗାଦି ମାରି ଦୀର୍ଘ ୬ ଘଣ୍ଟା ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଳକ ଅନ୍ତର୍ଗତ ମାଟିଆଳି ଲ୍ୟାମ୍ପ ଅଧୀନରେ ଥିବା ଛତ୍ରପୁର ସୋସାଇଟିରେ ସିରିଏଲରେ ଆଗ ପଛ କରିବା ସହିତ ନିଧାର୍ଯ୍ୟ ସମୟରେ ଧାନ ନେଉନଥିବା ଭଳି ଅଭିଯୋଗ କରିବା ସହିତ ନୀଳଗିରି ଝରଣା ଘାଟି ରାଜରାସ୍ତାକୁ ଅବରୋଧ କରି ଧାରଣା ଦେଇ ହକ ଦାବି କରିଥିଲେ । ଖବର ପାଇ ବରାହମପୁର ପୁଲିସ ଏବଂ ବାଲେଶ୍ୱର ଏସସିଏସଓÿ ହିମାଂଶୁ ଭୂଷଣ ସାହୁ ଏବଂ ଦୀପକ ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସମସ୍ୟା ବୁଝିଥିଲେ । ବିଶେଷ କରି କଟନୀ ଛଟନି ବନ୍ଦ କରିବା ସହିତ ସୋସାଇଟି କାନ୍ଥରେ ସିରିଏଲ ନମ୍ବର କାଗଜ ସର୍ବସାଧାରଣରେ ପ୍ରତିଫଳନା କରାଯିବା ସହିତ ସିରିଏଲ ଅନୁଯାଇ ଧାନ କ୍ରୟ କରିବା, ଶେଷ ହୋଇ ଯାଇଥିବା କ୍ରୟ ଅବଧି ବୃଦ୍ଧି କରିବା ପ୍ରମୁଖ ଦାବି ଚାଷୀମାନେ ଉପସ୍ଥାପନ କରିଥିଲେ । ଏଥିରେ ଏସସିଏସଓÿ ଶ୍ରୀ ସାହୁ ସମସ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ଦିଗରେ ଚାଷୀମାନଙ୍କ ସାଥ ଦେଇଛନ୍ତି ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ । ସଠିକ ସମୟରେ ଧାରଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସମସ୍ୟାକୁ ଉପଲବ୍ଧି କରି ନୀଳଗିରି ପ୍ରଶାସନକୁ ଅବଗତ କରାଇଥିଲେ । ଚାଷୀଙ୍କ ଧାନ କିଣାରେ ସରଳି କରଣ ପାଇଁ ଦାବି ମଧ୍ୟ କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚାଷୀଙ୍କ ସମସ୍ୟାକୁ ହୃଦବୋଧ କରି ସମାଧାନ ପାଇଁ ପୂର୍ବତନ ବିଧାୟକ ଶ୍ରୀ ନାୟକଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ପରେ ରାସ୍ତାରୋକ ହଟିଥିଲା । ଶତାଧିକ ଚାଷୀ ଏହି ଗଣ ଧାରଣରେ ସାମିଲ ଥିଲେ ।