ଯୁବ ସ୍ୱାଭିମାନ ପକ୍ଷରୁ ଗୋପ ଛକରେ ଜଳଛତ୍ର
କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଗୋପ ଛକ ଠାରେ ସାମାଜିକ ଅନୁଷ୍ଠାନ "ଯୁବ ସ୍ୱାଭିମାନ ' ପକ୍ଷରୁ କାଶ୍ମୀରର ପହଲଗାଁଓ ଠାରେ ନିରୀହ ପର୍ଯ୍ୟଟକଙ୍କୁ ପାକ-ଆତଙ୍କବାଦୀଙ୍କ ନରସଂହାରର ତୀବ୍ର ନିନ୍ଦା କରାଯାଇ ମୃତକଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।ଏହି ଅବସରରେ ଅନୁଷ୍ଠାନର ସଭାପତି ଇଂ ସ୍ମୃତିରଞ୍ଜନ ଜେନାଙ୍କ ନେତୃତ୍ୱରେ ଏକ ଜଳଛତ୍ରର ଶୁଭାରମ୍ଭ କରାଯାଇ ଦହିପଣା, ସର୍ବତ ଓ ଥଣ୍ଡାପାଣି ବିତରଣ କରାଯାଇ ଥିଲା । ସାପ୍ତାହିକ ହାଟ ଥିବାରୁ ପ୍ରବଳ ଗ୍ରୀଷ୍ମତାପରୁ ରକ୍ଷା ପାଇବା ପାଇଁ ଲୋକଙ୍କ ବେଶ ଭିଡ଼ ଜମିଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ଉପଦେଷ୍ଟା ଇଂ ଅକ୍ଷୟ କୁମାର ପାଣି ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମୁରବୀ ତଥା ଶିକ୍ଷାବିତ ବ୍ରଜକିଶୋର ବିଶ୍ୱାଳଙ୍କ ସମେତ ପ୍ରାକ୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ସଦର ଥାନାଧିକାରୀ ଶୁଭେନ୍ଦୁ ସାହୁ, ଜିଲ୍ଲାପରିଷଦ ସଭ୍ୟ ରଶ୍ମିରଂଜନ ରାଉତ, ଅଧିବକ୍ତା ରମଣୀ ରଞ୍ଜନ ରାଉତରାୟ ତଥା ସୁବୁଦ୍ଧି ଚରଣ ସାହୁ, ସନ୍ତୋଷ ବରାଳ, ପ୍ରତାପ ନାୟକ, ପୀତବାସ ବେହେରା, ଦୁର୍ଗାପ୍ରସାଦ ସ୍ୱାଇଁ, ସୁଜିତ ବେହେରା, ରଞ୍ଜନ କୁମାର ଜେନା ପ୍ରମୁଖ ଯୋଗଦେଇ କାଶ୍ମୀରରେ ପାକ ପ୍ରାୟୋଜିତ ଆତଙ୍କବାଦର କଡା ସମାଲୋଚନା କରିଥିଲେ । ୨୬ଜଣ ମୃତ ପର୍ଯ୍ୟଟକଙ୍କ ଉଦେ୍ଦଶ୍ୟରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା । ଯୁବ ସ୍ୱାଭିମାନର କର୍ମକର୍ତ୍ତା ମାନସ ରଞ୍ଜନ ପ୍ରଧାନ, ମନୋଜ କୁମାର ଓଝା, ସୁରେଶ ଚନ୍ଦ୍ର ପୃଷ୍ଟି, ଅମରେନ୍ଦ୍ର ଦାସ, ଶିବାନୀ ପ୍ରସାଦ ପାଣି, ଦୀପକ ଦାସ, ପ୍ରଶାନ୍ତ ନାୟକ, ଗୀତିରଞ୍ଜନ ସାହୁ, ବିକାଶ ନାୟକ, ଅରୁଣ ପୃଷ୍ଟି, ଦୀପକ ବେହେରା, ସନ୍ଦୀପ ଦାସ, ପ୍ରକାଶ ସ୍ୱାଇଁ, ସଂଗ୍ରାମ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
    
 
    
 
 
 
