ବିଦେଶୀ ମଦ ଦୋକାନ ଉପରେ ଚଢାଉ,୧ ଗିରଫ
ତେନ୍ତୁଳିଖୁଣ୍ଟି: ଗତ କିଛିଦିନ ହେଲା ତେନ୍ତୁଳିଖୁଣ୍ଟି ପୁଲିସ ପକ୍ଷରୁ ମଦ ଧରପଗଡକୁ ବ୍ୟାପକ କରାଯାଇଛି । ତେନ୍ତୁଳିଖୁଣ୍ଟି ପୁଲିସ ପକ୍ଷରୁ ଦିଗୀ ଗ୍ରାମରେ ଚଡାଉ କରାଯାଇଥିଲା । ଚଢାଉ ବେଳେ ଜଣଙ୍କୁ ଗିରଫ କରାଯାଇ ବ୍ୟକ୍ତିଗତ ମୁଚାଲିକାରେ ଛଡା ଯାଇଥିବା ଆଇଆଇସି ପ୍ରଣବ କୁମାର ଟୁଡୁ ସୂଚନା ଦେଇଛନ୍ତି । ଚଢାଉ ବେଳେ ୧୧ ଲିଟର ବିଦେଶୀ ମଦ ଜବତ ହୋଇଛି । ଏଥିରେ ୧୦ଟି ବିୟର ଏବଂ ୧୧ ଟି କେନ ବିୟର ରହିଛି । ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ପ୍ରଣବ କୁମାର ଟୁଡୁଙ୍କ ସମେତ ଏସଆଇ ଅମର ସିଂ ବିଷୋୟୀ,ସିଏଏସଆଇ ଟନି ଶଙ୍କର ସାହୁ ସାମିଲ ଥିଲେ ।