୧୬ରେ ଇପିଏଫ୍ ପେନସନଭୋଗୀଙ୍କ ଆନେ୍ଦାଳନ

 ବାଲେଶ୍ୱର: କେନ୍ଦ୍ରସରକାରଙ୍କ ଦ୍ୱାରା ପରିଚାଳିତ ଇପିଏଫ୍ (କର୍ମଚାରୀ ଭବିଷ୍ୟନିଧି ସଂସ୍ଥା)ର ଉପଭୋକ୍ତା ତଥା ଶ୍ରମିକମାନଙ୍କ ପ୍ରତି ଅବିଚାର ବିରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ନେତୃତ୍ୱରେ ଦେଶବ୍ୟାପୀ ଚଳିତମାସ ୧୬ ତାରିଖ ଦିନ ଶ୍ରମିକ କର୍ମଚାରୀମାନେ ଇପିଏଫ୍ ସଂସ୍ଥାର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ । ବାଲେଶ୍ୱର, ମୟୁରଭଂଜ ଓ ଭଦ୍ରକ ଜିଲ୍ଲାରେ ଇପିଏଫ୍ ସଂସ୍ଥାରୁ ପେନ୍ସନ୍ ପାଉଥିବା ଉଠା ଜଳସେଚନ ନିଗମର ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀମାନେ ଆସନ୍ତା ୧୬ ତାରିଖ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଇପିଏଫ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରସ୍ତାବିତ ବିକ୍ଷୋଭରେ ଯୋଗଦେବାକୁ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସରକାରୀ ଉଦ୍ୟୋଗ ଓ ଘରୋଇ ଶିଳ୍ପ ତଥା ବ୍ୟବସାୟ ସଂସ୍ଥାର ଶ୍ରମିକମାନେ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । ପଢୁଆଁପଦା ସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ଏ ନେଇ ଆୟୋଜିତ ବୈଠକରେ ଉଠା ଜଳସେଚନ ନିଗମ କର୍ମଚାରୀ ସଂଘର ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ଇପିଏଫ୍ରୁ ମାସିକ ପେନସନ୍ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା,  ସୁପି୍ରମକୋର୍ଟଙ୍କ ଆଦେଶ ଅନୁଯାୟୀ ଅଧିକ ବେତନ ପାଇଥିବା କର୍ମଚାରୀମାନଙ୍କୁ ଆନୁପାତିକ ହାରରେ ବର୍ଦ୍ଧିତ ପେନସନ୍ ପ୍ରଦାନ ସହ ରାଜ୍ୟ ଓ କେନ୍ଦ୍ରସ୍ତରରେ ଇପିଏଫ୍ ପରିଚାଳନା ବୋର୍ଡ଼ରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରତିନିଧିଙ୍କୁ ସଦସ୍ୟ ଭାବେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେବାକୁ ଏବଂ ପେନସନ୍ ପ୍ରଦାନରେ ସରଳୀକରଣ ପଦ୍ଧତି ଅବଲମ୍ବନ କରିବା ପାଇଁ ଦାବି କରାଯାଇଥିବାର ଜଣାଇଥିଲେ । ଭାଗବତ ପ୍ରତିହାରୀ, ମାୟାଧର ନାୟକ, ରତ୍ନାକର ପଣ୍ଡା, ଶ୍ୟାମସୁନ୍ଦର ଦାସମହାପାତ୍ର, ମଧୁସୂଦନ ଜେନା, ନିରଞ୍ଜନ ପରିଡ଼ା, ଶରତ ଚନ୍ଦ୍ର ଦଳାଇ, ଶଶଧର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମନ୍ମଥ ପରିଡ଼ା ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ ଧନ୍ୟବାଦ ଦେଇଥିଲେ ।