ବିଭିନ୍ନ ସ୍ଥାନରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଅନୁଗୁଳ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ଏକ୍ ପେଡ୍ ମା’ କେ ନାମ୍ ୨.୦ ଅଭିଯାନରେ ଅନୁଗୁଳ ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ ଏକ ଦିବସୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ବସଲା ପଞ୍ଚାୟତରେ ଜିଲ୍ଲା ସ୍ତରୀୟ ବୃକ୍ଷରୋପଣ ଆୟୋଜିତ ହୋଇଥିଲା  । ଏଥିରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିଲେ  । ଗୋଟିଏ ଦିନରେ ଅନୁଗୁଳ ଜିଲ୍ଲାରେ ମୋଟ୍ ୪ ଲକ୍ଷ ୯୪ ହଜାର ୨୩୯ ବୃକ୍ଷ ରୋପଣ ହୋଇଛି  । ଏଥିରେ ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅତର, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ସଞ୍ଜୟ ସ୍ୱାଇଁ, ବନଖଣ୍ଡ ଅଧିକାରୀ ନିତିଶ କୁମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ, ଆରକ୍ଷୀ ଅଧିକାରୀ, ଜିଲ୍ଲା ସ୍ତରୀୟ ଓ ବନ ବିଭାଗର ବିଭିନ୍ନ ଅଧିକାରୀ, ଏସ୍ଏଚ୍ଜି ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ  । 
˜ ବୁଗୁଡ଼ା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଅବସରରେ ବୁଗୁଡ଼ାର ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ସ୍ଥାନୀୟ ପିପୁଲ୍ସ କଲେଜର ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏନ୍ସିସି, ୱାଇଆର୍ସି, ଏନ୍ଏସ୍ଏସ୍, ବିଏସ୍ଜି ୟୁନିଟ୍ର ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ ହୋଇଥିଲା  । ସେହିପରି ବୁଗୁଡ଼ା ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବୃକ୍ଷରୋପଣ ହୋଇଥିଲା  । କାର୍ଯ୍ୟ ନିର୍ବାହୀଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ, କାଉନସିଲର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ  । ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଇଓ ଚିନ୍ମୟ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ୧୧ଟି କ୍ଲଷ୍ଟର ଅନ୍ତର୍ଗତ ୮୭ଟି ସ୍କୁଲରେ ବୃକ୍ଷରୋପଣ ହୋଇଥିଲା  । ବ୍ଲକ୍ ଓ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । 
˜ ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ର ୧୫ ଗୋଟି ପଞ୍ଚାୟତ, ବିଭିନ୍ନ ସରକାରୀ ସ୍କୁଲ, ଅନୁଷ୍ଠାନ, ବେସରକାରୀ ସଂସ୍ଥା, ବ୍ଲକ୍ ବିଜେପି ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କ ଦ୍ୱାରା ଲମତାଗୁଡା ଶିବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ ହୋଇଛି  । ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ଳାଭଟ୍ଟା, ଅଞ୍ଚଳଗୁମ୍ମା ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲରେ ଗଣମାଧ୍ୟମ ପ୍ରତିନିଧି, କର୍ମଚାରୀଙ୍କ ସହ ରୋପଣ କାର୍ଯ୍ୟ ହୋଇଥିଲା  । ବ୍ଲକର ୧୫ଗୋଟି ପଞ୍ଚାୟତରେ ୭୫୦୦ଗୋଟି ପ୍ରତି ପଞ୍ଚାୟତ ସ୍ତରରେ ୫୦୦ ଗଛ ଲଗାଇବା ପାଇଁ ପ୍ରସ୍ତୁତି ହୋଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଣିଗ୍ରାହୀ କହିଛନ୍ତି  । ବାରଙ୍ଗ ପଦର ପଞ୍ଚାୟତ ଅଧିନସ୍ଥ ମଡେଲ ଡିଗ୍ରୀ କଲେଜରେ ୧୫୦, +୨କଲେଜ ୮୦, ହାଇସ୍କୁଲରେ ୮୦ ଗୋଟି ଚାରାରୋପଣ ହୋଇଛି ବୋଲି ପିଇଓ ପ୍ରତାପ ରୁଦ୍ର ଷଡଙ୍ଗୀ କହିଛନ୍ତି  । ପାତ୍ର ପୁଟଜିପିରେ ୩୦୦, ଲମତାଗୁଡା ପଞ୍ଚାୟତରେ ୪୫୦, ଗୌଡ଼ ଦେଓପାଲ୍ଲୀରେ ୪୫୦ ଗୋଟି ଗଛ ଲଗାଯାଇଛି  । ଯୋଗାଣ ନିରୀକ୍ଷକ ଅଧିକାରୀ ରୋହିତ ମାଝୀ ଗୌଡ଼ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
˜ ଟାଙ୍ଗୀ /ଚୌଦ୍ୱାର : କଟକ ଜାତୀୟ ଅଭିଯାନ "ଏକ ପେଡ୍ ମା’ କେ ନାମ ୨.୦’ ଆନୁକୂଲ୍ୟରେ ଇମ୍ଫା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଗୋଖଲେ ଆଇଡିଆଲ୍ ଉଚ୍ଚ ମାଧ୍ୟମିକ ସ୍କୁଲ ସାଳଗାଁ ଗ୍ରାମରେ ଆୟୋଜିତ ହୋଇଛି  । ଏଥିରେ ଧର୍ମାନନ୍ଦ ବେହେରା, ପୂର୍ବତନ ବିଧାୟକ ରଶ୍ମିତା ପାଣିଗ୍ରାହୀ, ଆଞ୍ଚଳିକ ଅଧିକାରୀ, ଏସପିସିବି, କଟକ ଗୋଖଲେ ସ୍କୁଲର ପ୍ରଧାନାଚାର୍ଯ୍ୟ, ଇମ୍ଫାର ବରିଷ୍ଠ କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ  । ଏଥିରେ ମୋଟ୍ ୫୦୦୦ଟି ଗଛ ଲଗାଯାଇଛି  । ଏଥିରେ ଇମ୍ଫାର ବରିଷ୍ଠ ପ୍ରବନ୍ଧକ ସୁଜିତ ମିଶ୍ର, ଲଲାଟ କିଶୋର ମହାପାତ୍ର, ବବିତ ନନ୍ଦ,  ମାନସ ପଣ୍ଡା, ଦେବାଶିଷ ତ୍ରିପାଠୀ, ନିରଞ୍ଜନ ସାହୁ, ଅଭିଷେକ ଘୋଷ, ମାନସ ପ୍ରଧାନ, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍ଥିତପ୍ରଜ୍ଞ ଦାସ, ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ  । ଏହି ସଭାକୁ ମାନସ ବସନ୍ତିଆ ସଂଯୋଜନା କରିଥିଲେ  । 
˜ ଖଣ୍ଡପଡ଼ା : ଖଣ୍ଡପଡ଼ା ମହିଳା କଲେଜରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମୁଖ୍ୟଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ ସ୍ୱାଇଁ ଯୋଗ ଦେଇଥିଲେ  । ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ ଯୋଗ ଦେଇଥିବା ବେଳେ +୨ ଅଧ୍ୟକ୍ଷା ସ୍ମିତାଶେଫାଳି ମହାପାତ୍ର ପୌରୋହିତ୍ୟ କରିଥିଲେ  । ଅତିଥିମାନଙ୍କ ଗହଣରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଓ ଇକୋ କ୍ଲବର ସଦସ୍ୟାମାନେ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କରିଥିଲେ  । ଅଧ୍ୟାପିକା ବିଶ୍ୱଭାରତୀ ମହାରଣା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ  । 
˜ ଜଟଣୀ : ଜଟଣୀ ଅଧିବକ୍ତା ପରିବାର ଓ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାରର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ସ୍ଥାନୀୟ ଗୋଡ଼ିପୁଟ ମାଟିଆପଡ଼ା ପଞ୍ଚାୟତ ତାରେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି  । ଏହି ସଭା ଅଧିବକ୍ତା ପରିବାରର ଆବାହକ ରଶ୍ମି ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିବା ବେଳେ ଅଧିବକ୍ତା ଶରତ ଚନ୍ଦ୍ର ପାଇକରାୟ, ବାଉରୀ ବନ୍ଧୁ ସାହୁ, ଶିବ ପ୍ରସାଦ ରଥ, ଦେବବ୍ରତ ପାଢ଼ୀ, ଅକ୍ଷାଂଶୁ ଶେଖର ନାୟକ, କାଶୀନାଥ ପ୍ରଧାନ, ପ୍ରକାଶ ଜେନା, ସୁଚିତ୍ର ସାହୁ, ତୁମୁଡୁ ଶ୍ରୀନିବାସ ରାଓ, ମନମୋହନ ରାଉତରାୟ, ସାମ୍ବାଦିକ ଦେବପ୍ରସାଦ ଦାଶ, ଶିକ୍ଷାବିତ୍ ହେମନ୍ତ ଜେନା ପ୍ରମୁଖ ଯୋଗ ଦେଇଥିଲେ  । 
˜ ବରୀ : ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହସପୁର ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଥିଲା  । ପଞ୍ଚାୟତ କାର୍ଯ୍ୟାଳୟ ପରିସର ମିଶନଶକ୍ତି ଗୃହ, ଅଙ୍ଗନବାଡ଼ି୧, ୩ ସହ ହନୁମାନ ଜୀଉ ହାଇସ୍କୁଲ ପରିସରରେ ସରପଞ୍ଚ କଳ୍ପନା ଭୂୟାଁ, କନିଷ୍ଠ ଯନ୍ତ୍ରୀ ଗୀତା ବେହେରା, ପିଓ ସୁଧୀର ମହାନ୍ତି, ଏଡିଓ ପ୍ରୀତି କାଞ୍ଚନବଳ, ଆଶା ଓ ଅଙ୍ଗନବାଡ଼ି କର୍ମୀ, ଏବିକେ, ସିଆରପି, ନାଏବ ସରପଞ୍ଚ, ୱାର୍ଡ ସଭ୍ୟସଭ୍ୟା, ଏସ୍ଏଚ୍ଜି ଉପସ୍ଥିତ ରହି ଚାରାରୋପଣ କରିଥିଲେ  । ଭଅଁରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚାରାରୋପଣ ହେଇଥିଲା  । ସରପଞ୍ଚ ପ୍ରଭାତି ପଲ୍ଲାଇ, ଏଡିଓ ପୂର୍ଣ୍ଣିମା ଖଣ୍ଡାଇ, ଶିକ୍ଷାବିତ୍ ଅକ୍ଷୟ ଷଡ଼ଙ୍ଗୀ ସହ ଆଶା ଓ ଅଙ୍ଗନବାଡ଼ି କର୍ମୀ, ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ  । 
˜ ବେତନଟୀ : ବେତନଟୀ ଥାନା ଅଧିନସ୍ଥ କୃଷ୍ଣଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ସଭାପତି ଭାବେ କଲେଜର ଅଧ୍ୟକ୍ଷା ଡ. ମନ୍ଦାକିନୀ ସାହୁ ଉବସ୍ଥିତ ଥିଲେ  । ଅଧ୍ୟାପକ ସେକାବତ୍ ଅଲ୍ଲୀ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି କୃଷ୍ଣଚନ୍ଦ୍ରପୁର ଫରେଷ୍ଟ ଅଫିସର କାଞ୍ଚନମଣୀ ନାୟକ, ସ୍କୁଲର ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ  । ଏଥିରେ ୨୦୦ରୁ ଅଧିକ ଚାରା ରୋପଣ ହୋଇଥିଲା  । ସଭାରେ ଉପେନ୍ଦ୍ର ଦେ, ସଞ୍ଜିତ ଦାସ, ଅଜିତ ବେହେରା, ଅଭୟ ସେନାପତି, ଭୂପାଳ ଚନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ପ୍ରସାଦ ବେହେରା, ଶ୍ରୀକାନ୍ତ ଦାସ, ଭରତଚନ୍ଦ୍ର ସି, ଯାମିନୀକାନ୍ତ ଗିରି, ପ୍ରକାଶ ରାଜ, ବସନ୍ତ ବାରିକ, ଉମାକାନ୍ତ ବେହେରା, ଇଦିରା ମହନ୍ତ, ମନୋହର ବେହେରା, ସର୍ବେଶ୍ୱର ପରିଡ଼ା, ଭବାନୀ ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
˜ ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରପା ପଞ୍ଚାୟତର ବାଲି ବିଲ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ‘ଏକ୍ ପେଡ୍ ମା’କେ ନାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମୁଖ୍ୟଅତିଥି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ତିର୍ତ୍ତୋଲ ବିଡିଓ ଗିରିଜା ଶଙ୍କର ମଲ୍ଲିକ, ଏବିଡିଓ ସତ୍ୟଜିତ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ  । ଜଗତସିଂହପୁରରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଛି  । ପ୍ରତ୍ୟେକ ବ୍ଲକ୍ ତଥା ମୁନିସପାଲିଟିରେ ୫୦୦ ରୁ ଅଧିକ ଗଛ ଲଗାଯାଇଛି  । ଏଥିରେ ରବି ନାରାୟଣ ଜେଠୀ ସ୍ୱାଗତ ଭାଷଣ ଦେଇଥିଲେ  । ଶ୍ରମ ବିଭାଗ ତରଫରୁ ୬୦ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ଦ୍ୱାରା ଚାରା ରୋପଣ ହୋଇଥିଲା  । ଏଥିରେ ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀ, ମିଶନଶକ୍ତି ମହିଳା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ  । 
˜ ବାଲିଅନ୍ତା : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନିଦେ୍ର୍ଦଶରେ କୃଷକ ମୋର୍ଚ୍ଚାର ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ "ମା ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଭୁବନେଶ୍ୱର ଜିଲ୍ଲା ସଂଗଠନ ପରିସର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବାସୁଆଘାଇ ପଞ୍ଚାୟତ, କୋରଡ଼କଣ୍ଟା, କୋଶୁରା ଏବଂ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଜଗନ୍ନାଥପୁର ପଞ୍ଚାୟତରେ ବୃକ୍ଷରୋପଣ ହୋଇଛି  । ଏଥିରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ସଂପାଦକ ଅଶୋକ ରଥ, ବରିଷ୍ଠ ନେତା ବସନ୍ତ ନାୟକ, ଭୁବନେଶ୍ୱର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସନ୍ତୋଷ ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ ସ୍ୱାଇଁ, ଦୀପ୍ତି ରଞ୍ଜନ ଜେନା, ଅଜୟ ସୁନ୍ଦରାୟଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ତଥିଲେ ।
˜ ହିଞ୍ଜିଳିକାଟୁ :  ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକରେ " ଏକ୍ ପେଡ୍ ମା' କେ ନାମ୍ ୨.୦’ ଅଭିଯାନରେ ବୃକ୍ଷରୋପଣ କରାଯାଇଛି  । ଏଥିରେ ପିଏମଶ୍ରୀ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଗଛ ଲଗାଯାଇଛି  । ଏଥିରେ ପ୍ରଧାନଶିକ୍ଷକ ଉପେନ୍ଦ୍ର ସାବତଙ୍କ ତତ୍ତ୍ୱାବଧାନରେ ସବୁଜ ବାହିନୀ, ଏନ୍ସିସି, ରେଡ୍କ୍ରସ, ସ୍କାଉଟ ଓ ଛାତ୍ରଛାତ୍ରୀଙ୍କ ସହ ସିଆରୟସିସି ଅଖିଳ ପଣ୍ଡା ଉପସ୍ଥିତ ରହି ୫୦ଗୋଟି ଗଛ ଲଗାଇଥିଲେ  । ହିଞ୍ଜିଳିକାଟୁ ବ୍ଳକ୍ ଗଣ୍ଡଳା ପଞ୍ଚାୟତରେ ବିଡିଓ ସାଗରୀକା ଷଡଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ପ୍ରତିନିଧି ଶିଶିର ମିଶ୍ର, ବିଧାୟକ ପ୍ରତିନିଧି ଏ. ସୁଦର୍ଶନ, ସରପଞ୍ଚ ସ୍ଥିତିପ୍ରଜ୍ଞା ସେଠି, ସମିତିସଭ୍ୟ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ  । ବଡ଼ବନ୍ଧ ନିକଟରେ ୫୦୦ରୁ ଉର୍ଦ୍ଧ୍ୱ ଚାରା ରୋପଣ ହୋଇଥିଲା  । ପୌରପରିଷଦ ନିର୍ବାହୀଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା, ବିଧାୟକ ପ୍ରତିନିଧି ପ୍ୟାରୀମୋହନ ପାଢିଙ୍କ ସମେତ ସମସ୍ତ କାଉନସିଲର ଓ ପୌରପରିଷଦ କର୍ମଚାରୀ ମିଶି ବିଶ୍ୱନାଥ ପ୍ରମୁଖ ଚାରାରୋପଣ କରିଥିଲେ  । ଆଇଆଇସି ଶ୍ରୀନିବାସ ସେଠିଙ୍କ ତତ୍ତ୍ୱାବଧାନରେ ଥାନା ପରିସରରେ ୨ଶହରୁ ଉର୍ଦ୍ଧ୍ୱ ଗଛ ଲଗାଯାଇଥିଲା  । ଏଥିରେ ଏସ୍ଆଇ ସୁନିଲ କଣ୍ଡାଗୋରୀ, ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ ସାହୁ, ରଶ୍ମିରଞ୍ଜନ ସାମଲ, ଏଏସ୍ଆଇ ଅନନ୍ତ ଶବର, ମନୋଜ ସେନାପତି, ସୁବାଷ ମିଶ୍ର, ଜ୍ୟୋତ୍ସ୍ନା ସାହୁ, ସ୍ୱଦେଶ ଦାଶ ଏବଂ ଥାନାର କର୍ମଚାରୀମାନେ ଉପସ୍ଥିତ ଥିଲେ  । 
˜ ବାରଙ୍ଗ : ବାରଙ୍ଗର ବିଭିନ୍ନ ସ୍କୁଲ୍, କଲେଜ ଏବଂ ପଞ୍ଚାୟତମାନଙ୍କରେ ବୃକ୍ଷରୋପଣ ହୋଇଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ହୋଇଯାଇଛି  । ୧୫ଗୋଟି ପ୍ଲଟ୍ରେ ମୋଟ୍ ୬୩୫ ଗୋଟି ଗଛଯାଇଥିଲା  । ପ୍ରତ୍ୟେକ ଗଛ ରୋପଣ କରିଥିବା ସମ୍ପୃକ୍ତ କର୍ମଚାରୀଙ୍କ ଦ୍ୱାରା ପାଳନ ଏବଂ ଯନô ନିଆଯିବ  । ଯାହା ଦ୍ୱାରା ପ୍ରକୃତି ପ୍ରତି ମାଲିକାନା ଏବଂ ଦାୟିତ୍ୱ ଭାବନାକୁ ସୁଦୃଢ଼ କରାଯିବ  । 
˜ ଧାମନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ  ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ଧାମନଗର ବ୍ଲକ୍ ପକ୍ଷରୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ବ୍ୟାଙ୍କ ଓ ବିଭିନ୍ନ ଯୁବକ ସଂଘ ସହଯୋଗରେ ଚାରାରୋପଣ କରାଯାଇଛି  । ଧାମନଗର ବିଡିଓ ବନବିହାରୀ ଦିନ୍ଧା, ସହକାରୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ହେମ୍ରମ, ଏପିଓ ପୀୟୁଷ ରାଉତ କାର୍ଯ୍ୟକ୍ରମ ତଦାରଖ କରିଥିଲେ  । ଦୋବଲ ପଞ୍ଚାୟତ ପକ୍ଷରୁ ଧରମ ପଡ଼ିଆ ଠାରେ ମଧ୍ୟ ଗଛ ଲଗାଯାଇଥିଲା  । ଏଥିରେ ସରପଞ୍ଚ ଅଶୋକ ପଣ୍ଡା, ସମିତି ସଭ୍ୟା ରୁନି ଲତା ସାହୁ, ଏଡିଓ ମନୋଜ ଦାସ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁଦତ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ  । ଖଡ଼ିପଦା ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ଅଫିସ ନିକଟସ୍ଥ ପଡ଼ିଆ ଓ ରାସ୍ତା କଡ଼ରେ ଗଛ ଲଗାଯାଇଥିଲା  । 
˜ ଭଦ୍ରକ : ଭଦ୍ରକ ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତଥା ଜଙ୍ଗଲ ପରିବେଶ ବିଭାଗ ଆନୁକୂଲ୍ୟରେ ଭଦ୍ରକ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର ଡାଙ୍ଗୁଆପଦା ଠାରେ ‘ଏକ ପେଡ୍ ମା କେ ନାମ ୨.୦’ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଚାରାରୋପଣ କାର୍ଯ୍ୟକ୍ରମ ହୋଇଥିଲା  । ସାଂସଦ ଅଭିମନୁ୍ୟ ସେଠୀ, ଜିଲ୍ଲାପାଳ ଦିଲ୍ଲିପ ରାଉତରାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଡେପୁଟି କଲେକ୍ଟର କାର୍ତ୍ତୀକ ନାଥ ମଣ୍ଡଲ, ରଶ୍ମି ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ  । ଭଦ୍ରକ ଜିଲ୍ଲାରେ ତିନି ଲକ୍ଷ ଦଶ ହଜାର ଚାରା ରୋପଣ କାର୍ଯ୍ୟକ୍ରମ ଲକ୍ଷ୍ୟ ଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ  । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ହିଁ ସେବା ନାରାରେ ସାମିଲ ହୋଇ ସ୍ୱଚ୍ଛ ସୁନ୍ଦର ଆମ ଭଦ୍ରକ କରିବାକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଅଭିମନୁ୍ୟ ସେଠୀ ଆହ୍ୱାନ ଦେଇଥିଲେ  । 
˜ ଢେଙ୍କାନାଳ : ଓଏସ୍ଏପି ପ୍ରଥମ ବାଟାଲିଆନ ଠାରେ ‘ଏକ୍ ପେଡ୍ ମା' କେ ନାମ ୨.୦’ ଅଭିଯାନରେ ବୃକ୍ଷରୋପଣ ଅନୁଷ୍ଠିତ ହେଇଯାଇଛି  । ଏଥିରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ  । ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ବନଖଣ୍ଡ ଅଧିକାରୀ ସୁମିତ କର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠି, ଅଭିଯାନର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ  ରୋନକ କେବଡ଼ିଆ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ସ୍କୁଲ ଛାତ୍ରଛାତ୍ରୀ, ସାଧାରଣ ବ୍ୟକ୍ତିବିଶେଷ, ବାଟାଲିଆନର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ  । 
˜ ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ‘ଏକ୍ ପେଡ୍ ମା’କେ ନାମ୍' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଧୋବସିଲା ପଞ୍ଚାୟତ ଅଧୀନରେ ଥିବା ବିଷ୍ଣୁପ୍ରିୟା ହାଇସ୍କୁଲରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ନୀଳଗିରି ଉପଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟ, ତହସିଲଦାର ସୋନମ ଦାସ, ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ନୀଳଗିରି ବିଡିଓ ବିକ୍ରମ କେଶରୀ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ଧୋବଶିଳା ସରପଞ୍ଚ ଦିଲ୍ଲୀପ ସିଂ, ସମିତିସଭ୍ୟ ପାଗୁଲୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ  । ଏଥିରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସମେତ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତି ମହିଳା, କୃଷକ ସାଥିମାନେ ସାମିଲ ଥିଲେ  । ନୀଳଗିରି ବ୍ଲକ୍ କନଫରେନ୍ସ ହଲରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ହ୍ୱିଲ ଚେୟାର ଓ ବିଭିନ୍ନ ଉପକରଣ, ଭତ୍ତା ପ୍ରଦାନ କରାଯାଇଛି ।
˜ ରାଜନଗର : ରାଜନଗର ବ୍ଲକ୍ ପେଣ୍ଠ-ବରୁଣେଇ ବେଳାଭୂମି ଦୋବନ୍ଧିଠାରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ବୈ÷ଜୟନ୍ତ ପଣ୍ଡା ଯୋଗ ଦେଇଥିଲେ  । ସମ୍ମାନୀତ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗ ଦେଇଥିଲେ  । ଉପଜିଲ୍ଲାପାଳ ଅରୁଣ ନାୟକ, ମହିଳା କମିଶନ ସଦସ୍ୟା କଳ୍ପନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ  । ଗବେଷକ ପ୍ରସନ୍ନ ନାୟକ ସଭାକୁ ପରିଚାଳନା କରିଥିବା ବେଳେ ସହକାରୀ ବନ ସଂରକ୍ଷକ ଗଗନ ବିହାରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ, ବିଜେପି ନେତା ଶଶାଙ୍କ ସେଠୀ, ଲଳିତ ବେହେରା, ଦୁର୍ଯେ୍ୟାଧନ ସାହୁ, ସୁନାକର ବେହେରା, ସୁନାକର ପ୍ରଧାନ, ବିକ୍ରମ ରାଉତରାୟ, ଦିଲ୍ଲୀପ ରଞ୍ଜନ ପାଳ ପ୍ରମୁଖ ଉପସ୍ଥିତ ଥିଲେ  । ଏଥିରେ ଚିତ୍ତରଞ୍ଜନ ବେଉରା, କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟର ବିଜୟ ପାତ୍ର, ତ୍ରିଦୀପ ପ୍ରଧାନଙ୍କ ସହ ବନକର୍ମଚାରୀମାନେ ସହଯୋଗ କରିଥିଲେ  । 
˜ ନିମାପଡ଼ା : ରାଜ୍ୟବ୍ୟାପୀ "ଏକ୍ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯାନରେ ବାମନାଳ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଉଦ୍ୟମରେ ବାମନାଳରୁ ଧନୁଆ ରାସ୍ତାର ଉଭୟ ପାର୍ଶ୍ୱରେ ଏବଂ ସ୍କୁଲ ପରିସରରେ ୧,୦୦୦ରୁ ଅଧିକ ଚାରା ଲଗାଯିବା ସହ ବନ ବିଭାଗ ପକ୍ଷରୁ ୨୦୦ରୁ ଉର୍ଦ୍ଧ୍ୱ ଚାରା ରୋପଣ ହୋଇଛି  । ଏଥିରେ ହିସାବ ରକ୍ଷକ ଅଶୋକ ପରିଡ଼ା, ପଞ୍ଚାୟତ ନିର୍ବାହ ଅଧିକାରୀ ଚରଣ ସାହୁ, ପଞ୍ଚାୟତର ସମସ୍ତ ୱାର୍ଡ ପ୍ରତିନିଧି, ସ୍ୱୋଚ୍ଛାସେବୀ ସଞ୍ଜୟ କେତନ ମହାପାତ୍ର, ବିଶ୍ୱଜିତ ଛୋଟରାୟ, ସରପଞ୍ଚ ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ଯୋଗ ଦେଇଥିଲେ  । 
˜ ସାରସକଣା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାରେ ୧ ଲକ୍ଷରୁ ଅଧିକ ଚାରାରୋପଣ କରାଯାଇଛି । ଝାରପୋଖରୀଆ ପଞ୍ଚାୟତ ଆନୁକୂଲ୍ୟରେ ବାଙ୍ଗିରିପୋଷି ବନାଞ୍ଚଳ ଅଧିନସ୍ଥ ବମ୍ବେଛକ ବଜାର ନିକଟ ଝାରପୋଖରୀଆ ପାଣିଟାଙ୍କି ଓ ପିଏଚ୍ସି ନିକଟରେ ୫୦୦ରୁ ଉଦ୍ଧ୍ୱର୍ ଚାରା ରୋପଣ କରାଯାଇଛି  । ଏଥିରେ ମୁଖ୍ୟଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା ଯୋଗ ଦେଇଥିବା ବେଳେ ବିଡିଓ ସୁମନ ରାଜା ମହାନ୍ତି, ସରପଞ୍ଚ ମାଳତୀ ସିଂ, ସୀମାନ୍ତ କଲେଜ ଅଧ୍ୟକ୍ଷ ପ୍ରହଲ୍ଲାଦ ଅଗସ୍ତି, ଝାରପୋଖରିଆ ଉନ୍ନୀତ ହାଇସ୍କୁଲ ଶିକ୍ଷକ ଜହରଲାଲ ରଣା, ଦିବ୍ୟରଞ୍ଜନ ମହାନ୍ତି, ନାଏବ ସରପଞ୍ଚ ମଣି ଶଙ୍କର ବାରିକ, ବିଜେପି ମଣ୍ଡଳ ସଭାପତି ରାଜେନ୍ଦ୍ର ବିନ୍ଧାଣି, ଉପସଭାପତି ପ୍ରଶାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ  । ଏଥିରେ ଏସ୍ଏଚ୍ଜି, ଅଙ୍ଗନବାଡ଼ି କର୍ମଚାରୀଙ୍କ ସମେତ ଗ୍ରାମବାସୀମାନେ ଯୋଗ ଦେଇଥିଲେ  । ସାରସକଣା ଅଧିକାରୀ ଦେବାଶିଷ ସାହୁଙ୍କ ସୂଚନା ଅନୁସାରେ ୧୭ ଗୋଟି ପଞ୍ଚାୟତରେ ମୋଟ୍ ୮୫୦୦ ରୁ ଉଦ୍ଧ୍ୱର୍ ଚାରାରୋପଣ ହୋଇଛି  । 
˜ଆସିକା : ଆସିକା ବ୍ଲକ ପକ୍ଷରୁ ଖାରିଆ ପଞ୍ଚାୟତରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ‘ଏକ୍ ପେଡ୍ ମା’କେ ନାମ୍ ୨.୦’ ଅଭିଯାନ ଆୟୋଜିତ ହୋଇଯାଇଛି । ଏହି ଅଭିଯାନରେ ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ ପଟ୍ଟନାୟକ, ବିଧାୟକ ସରୋଜ କୁମାର ପାଢ଼ୀ, ତହସିଲଦାର ସଙ୍ଗୀତା ସେନ, ବିଡ଼ିଓ ଲିପିନା ଦାସ, ରେଞ୍ଜର ପ୍ରମୋଦ କୁମାର ପଣ୍ଡା, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ, ସରପଞ୍ଚ ଜୟନ୍ତୀ ସାହୁ, ସମାଜସେବୀ ଭଗବାନ ସାହୁ, ପିଇଓ ଡାଙ୍ଗୁଆ ଶବର ସମେତ ବହୁ କାଉନସିଲର, ବ୍ଲକ ଓ ତହସିଲ ଅଧିକାରୀ ଓ ରାଜନୈତିକ ବ୍ୟକ୍ତି, ଶିକ୍ଷାବିତ ଓ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଆସିକା ବ୍ଲକର ଖାରିଆ ପଞ୍ଚାୟତର ସନ୍ଧି ନୂଆପଲ୍ଲୀର ଟୋକେଇ ବନ୍ଧ, ଏନଏସି ପକ୍ଷରୁ ଲଛମନପଲ୍ଲୀ, ଆସିକା ବିଜ୍ଞାନ ମହାବିଦ୍ୟାଳୟ, ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟରେ ମଧ୍ୟ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା ।