‘ବିଜେପିର ଶାସନ ବିକାଶ ଧାରାକୁ ୧୦ବର୍ଷ ତଳକୁ ନେଇଛି’
ସାଲେପୁର: ରାଜ୍ୟରେ ଶାସନ କରୁଥିବା ମୋହନ ସରକାର ୧ବର୍ଷରେ ରାଜ୍ୟର ବିକାଶ ଧାରାକୁ ୧୦ବର୍ଷ ତଳକୁ ନେଇଯାଇଛି । ବିଜେପିକୁ ସରକାରକୁ ଆଣି ରାଜ୍ୟବାସୀ ଯେଉଁ ଭୂଲ୍ କରିଛନ୍ତି ତାହା, ଏବେ ପସ୍ତାଇବା ଆରମ୍ଭ କଲେଣି ବୋଲି ସାଲେପୁର ଠାରେ ଆୟୋଜିତ ବିଜୁ ଯୁବ ଛାତ୍ର ସମାବେଶରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରକାଶ କରିଛନ୍ତି । ସାଲେପୁର ବ୍ଲକ୍ ଯୁବ ବିଜେଡି ସଭାପତି ସଂଜିତ୍ ଦାଶଙ୍କ ସଭାପତିତ୍ୱରେ ଆଜିର ଏହି ସମାବେଶରେ ଟାଙ୍ଗୀ-ସାଲେପୁର ବ୍ଲକ୍ର ପ୍ରାୟ ୧ହଜାରରୁ ଊଦ୍ଧ୍ୱର୍ ଯୁବ ଓ ଛାତ୍ରନେତାମାନେ ଯୋଗ ଦେଇ ଆଗାମୀ ଦିନରେ ବିଜେଡି ସଂଗଠନକୁ ସୁଦୃଢ଼ କରିବା ସହ ପଞ୍ଚାୟତ ନିର୍ବାଚନରେ ଯେପରି ଉଭୟ ବ୍ଲକରେ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଅକ୍ତିଆର କରିବ, ସେ ନେଇ ଆଜିଠାରୁ ସଂଗଠନ ଜୋରଦାର କରିବାକୁ ବଜ୍ର ଶପଥ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ବିଜେଡି କାର୍ଯ୍ୟକାରିଣୀ ସଭାପତି ନାରାୟଣ ପତି, ପୂର୍ବତନ ବ୍ଲକ୍ ଆତ୍ମା ସଭାପତି ବରିଷ୍ଠ ବିଜେଡି ନେତା ଦିଲ୍ଲୀପ ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି, ଛାତ୍ର ବିଜେଡି ସଭାପତି ଶୁଭମ୍ ଦାଶ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ବିରଞ୍ଚôନାରାୟଣ କର, ଯୁବ ବିଜେଡି ମହାସଚିବ ଗୁଲରେଜ ଅଲ୍ଲି, ଛାତ୍ର ବିଜେଡି ମହାସଚିବ ସୁମନ ନାୟକ, ରାଜ୍ୟ ଛାତ୍ର ବିଜେଡି ସଂପାଦକ ଅର୍ସଦ ଅଲ୍ଲି ଖାଁ, ଶିକ୍ଷାବିତ୍ ରଜନୀକାନ୍ତ ଦାଶ ପ୍ରମୁଖ ଯୋଗ ଦେଇ ବିଜେପି ସରକାରର ତୀବ୍ର ନିନ୍ଦା କରିବା ସହ ୧ବର୍ଷ ମଧ୍ୟରେ ବିଜେପି ସରକାର ଆଇନ୍ ଶୃଙ୍ଖଳା ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବାବେଳେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟ ସରକାର ବିଫଳତା ଜଳ ଜଳ ହୋଇ ଦେଖାଯାଉଛି ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ରାଜେଶ ମହାନ୍ତି, ସୌମ୍ୟରଂଜନ ମଲ୍ଲ, ସରପଞ୍ଚ ସଂଜୟ ବେଉରା, ବିନୋଦ କୁମାର ମଲ୍ଲିକ, ଚିତ୍ତରଂଜନ ସାହୁ, ପ୍ରୀତିରଂଜନ ମହାନ୍ତି, ଦୀପକ କୁମାର ରାଉତ, ଅଶ୍ୱିନୀକୁମାର ଦାସ, ଶ୍ରୀପତି ଷଡ଼ଙ୍ଗୀ, ରିଙ୍କୁ କାଣ୍ଡିଙ୍କ ସମେତ ବହୁ ଛାତ୍ର ଓ ଯୁବ କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ ।