ଆଜି କେମିତି କଟିବ ଅପଣଙ୍କ ଦିନ ?
ମେଷ : ଆଜି ବ୍ୟବସାୟ ଓ ବାଣିଜ୍ୟରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କାମ ସମ୍ପୂର୍ଣ୍ଣ କରିବାରେ ସୁଯୋଗ ପାଇବେ । ବହୁତ ଧନ ଫେରି ପାଇବେ ।
ବୃଷ : ଆଜି ଆୟ ଅପେକ୍ଷା ବ୍ୟୟ କମ ରହିବ । ଋଣ ମୁକ୍ତ ହେବେ । ଆକସ୍ମିକ ଧନଲାଭ ହେବ। କର୍ମରେ ଉନ୍ନତି ଓ ଚାକିରୀରେ ଦରମାରେ କିଛି ବୃଦ୍ଧି ଘଟିପାରେ ।
ମିଥୁନ : କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବେ। ନୂତନ କାର୍ଯ୍ୟାରମ୍ଭ କିମ୍ବା ନୂତନ ନିଯୁକ୍ତି ପାଇ ପାରନ୍ତି। ସାହାଯ୍ୟ ସହଯୋଗ ପାଇବେ।
କର୍କଟ : ବାଣିଜ୍ୟ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ। କର୍ମରେ ଅସ୍ଥିରତା ଦେଖା ଦେଇପାରେ। ବାପା,ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ।
ସିଂହ : ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ ।
କନ୍ୟା : ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହଯୋଗ କରିବେ।
ତୁଳା : କର୍ମ ସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ । ସହକର୍ମୀଙ୍କ ସହଯୋଗ ପାଇପାରନ୍ତି । କର୍ମ କ୍ଷେତ୍ରରେ ସଫଳତା ଓ ପ୍ରଶଂସା ପାଇବେ।
ବିଛା : ମାନ ସମ୍ମାନ ହାନି ହୋଇପାରେ । ପାରିବାରିକ ଅଶାନ୍ତି ଦେଖାଦେବ । କର୍ମ କ୍ଷେତ୍ରରେ ଚିନ୍ତାଗ୍ରସ୍ତ ହେବେ । ବାପା ମା’ଙ୍କ ସହ ମତଭେଦ ଦେଖାଦେବ ।
ଧନୁ : ଆଜି ବାଦବିବାଦ ଓ ଯାନବାହନ ଆରୋହଣରେ ସତର୍କ ରହିବେ । ବାଣିଜ୍ୟ ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖା ଦେବ ।
ମକର : କର୍ମରେ ଉନ୍ନତି, ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କାର୍ଯ୍ୟାରମ୍ଭ କିମ୍ବା ନୂତନ ନିଯୁକ୍ତି ପାଇ ପାରନ୍ତି ।
କୁମ୍ଭ : ଆର୍ଥୀକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଦେଖାଦେବ । ମୂଲ୍ୟବାନ ପଦାର୍ଥ ପାଇ ପାରନ୍ତି ।
ମୀନ : ଆଜି ଆପଣଙ୍କୁ ସୁଖାଦ୍ୟ ଓ ସୁବହନ ପ୍ରାପ୍ତି ହେବ । ଯଶ ସମ୍ମାନ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବ୍ୟବସାୟରେ ଉତ୍ତମ ଆୟ ହୋଇପାରେ । ଲକ୍ଷ୍ମୀଙ୍କ କୃପା ରହିବ । ମାନସିକ ଶାରୀରିକ ସୁସ୍ଥତା ଲାଭ କରିବେ ।