ଆଜି ଠାରୁ ଏସିଆ କପ୍ ମହାଲଢ଼େଇ

 ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ୟୁଏଇରେ ଆରମ୍ଭ ହେବ ଏସିଆ କପ୍ ମହାଲଢ଼େଇ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ମନରେ ଉତ୍ସାହ ବଢି ଯାଇଛି । ସମସ୍ତ ଦଳ ଗୁଡିକ ସେମାନଙ୍କର ପ୍ରସ୍ତୁତି ଚଳାଇଛିନ୍ତି । ୨୦୨୪ରେ ବିଶ୍ୱକପ୍ ପରେ ଏହା ସବୁଠାରୁ ବଡ଼ ଟି୨୦ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ । ଏଥିରେ ଭାରତ ଏବଂ ପାକିସ୍ତାନ ସମେତ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି ।  ହଂକଂ-ଆଫଗାନିସ୍ତାନ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ହେବ । ପରଦିନ ଅର୍ଥାତ୍ ୧୦ ତାରିଖରେ ଭାରତୀୟ ଦଳ ମଇଦାନକୁ ଓହ୍ଲାଉଥିବାରୁ ସମସ୍ତଙ୍କ ନଜର ଏବେ ସୂର୍ଯ୍ୟକୁମାର ୟାଦବଙ୍କ ଯୁବ ବାହିନୀ ଉପରେ । ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଘରୋଇ ୟୁଏଇକୁ ଭେଟିବ । ତେବେ ଅଧିକ ଚର୍ଚ୍ଚାରେ ରହିଛି ୧୪ ତାରିଖର ଭାରତ-ପାକିସ୍ତାନ ମ୍ୟାଚ୍ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ହେବାକୁ ଥିବା ଏହି ମହାଟକ୍କରକୁ ନେଇ ଭାରତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ତେବେ ଶୁବମନ୍ ଗିଲ୍ ଉପଅଧିନାୟକ ନିଯୁକ୍ତ ହେବା ପରେ ଭାରତୀୟ ଚୂଡାନ୍ତ ଏକାଦଶର ରୂପରେଖ କିଭଳି ରହିବ? ତାକୁ ନେଇ ମଧ୍ୟ ତର୍କ ବିତର୍କ ଚାଲିଛି ।ଗତ ବିଶ୍ୱକପ ପରେ କାହାର ପ୍ରଦର୍ଶନ କେଉଁପରି ରହିଛି ଓ ଘୋଷରା କରାଯାଇଥିବା ଦଳ ଉପରେ ସମ୍ପୂର୍ଣ୍ଣ ବିଶ୍ଳେଷଣ ।