ଆଜି ଦେଖିବାକୁ ମିଳିବ ବର୍ଷର ପ୍ରଥମ ସୁପରମୁନ୍
ଭୁବନେଶ୍ୱର : ବର୍ଷର ଆରମ୍ଭରୁ ଆକାଶରେ ଦେଖିବାକୁ ମିଳିବ ସୁପରମୁନ୍ । ଆଜି ପୌଷ ପୂର୍ଣ୍ଣମୀରେ ଏହି ମହା ଜାଗତିକ ଦୃଶ୍ୟକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ । ଦେଶର ସବୁ ସ୍ଥାନରୁ ଏହି ସୁପରମୁନ୍କୁ ଦେଖି ହେବ । ସୁପରମୁନ ଏକ ସାଧାରଣ ମହାଜାଗତିକ ଘଟଣା ହୋଇଥିବାରୁ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡ଼ିବ ନାହିଁ । ସୁପରମୁନ୍ ଶଦ୍ଦଟି ପ୍ରଥମେ ଆମେିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ମସିହାରେ ପ୍ରଚଳନ କରିଥିଲେ । ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ଏହା ପ୍ରାୟ ୧୪ ପ୍ରତିଶତ ବଡ ସହ ୩୦ପ୍ରତିଶତ ଉଜ୍ୱଳ ଦେଖାଯିବ । ଚଳିତ ବର୍ଷ ତିନି ଥର ସୁପରମୁନ୍ ଦେଖିବାକୁ ମିଳିବ । ପ୍ରଥମ ସୁପରମୁନ୍ ଆଜି ଦେଖିବାକୁ ମିଳୁଥିବା ବେଳେ ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୨୪ ଓ ଶେଷ ସୁପରମୁନ୍ ଡିସେମ୍ବର ୨୩ରେ ଦେଖାଯିବ ।
Samir Kumar Rout