ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା: ୪ ବର୍ଷର ନାବାଳିକା ସହ ଦୁଷ୍କର୍ମ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏପରି ଏକ ଲଜ୍ଜାଜନକ ଘଟଣା। ଏଠାରେ ପଡ଼ୋଶୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଛନ୍ତି ୪ ବର୍ଷୀୟା ନାବାଳିକା। ପଡୋଶୀ ଘରର ୩୦ ବର୍ଷର ଯୁବକ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିବା କୁହାଯାଉଛି।
ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ବସ୍ତିରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା। ନାବାଳିକାଙ୍କ ପଡୋଶୀ ଜଣେ ୩୦ ବର୍ଷର ଯୁବକ ସୁଯୋଗ ଦେଖି ପିଲାଟି ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଜଣକ କାନ୍ଦି କାନ୍ଦି ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପରିବାର ପକ୍ଷରୁ ତୁରନ୍ତ ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ୍ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ପୁଲିସ୍ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏଡି ମାମଲାର ତଦନ୍ତ ଜାରି ରହିଥିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି।