ଆଜିଠୁ ଭାଗବତ ସପ୍ତାହ

 କାକଟପୁର : କାକଟପୁର ବାସିନୀ ମା’ମଙ୍ଗଳାଙ୍କ ମନ୍ଦିରରେ ବର୍ଷର ବିଭିନ୍ନ ସମୟରେ ପାରାୟଣ, ପ୍ରବଚନ, ରାମଚରିତମାନସ ଓ ଗୀତା ଜ୍ଞାନ ଯଜ୍ଞ ଆରମ୍ଭ ହୋଇଥାଏ  ।  ୧୨ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନବ ଦିନ ବ୍ୟାପୀ ଭାଗବତ ସପ୍ତାହ ଭାଗବତ ପ୍ରଚାର ସମିତି ଓ ଗୀତା ଜ୍ଞାନ ଯଜ୍ଞ କମିଟି ଆନୁକୂଲ୍ୟରେ ଆରମ୍ଭ ହୋଇଅଛି  । ଏହି ପ୍ରରିପେକ୍ଷୀରେ ଦିନ ତମାମ ଭାଗବତ ଓ ଗୀତା ପଠନ କରାଯିବା ସହିତ ରାତ୍ରରେ ଧାରାବାହିକ ପ୍ରବକ୍ତା ବାବା ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ଅବାଟରେ ଚାଲୁଥିବା ମଣିଷ ମାନଙ୍କୁ ଭାଗବତ ଆଧ୍ୟାତ୍ମିକର ଦିଗ ପ୍ରଦର୍ଶନ କରିଥାଏ ବୋଲି ବାବା ସତ୍ୟାନନ୍ଦ ଦାସ ପ୍ରକାଶ କରିବା ସହିତ ସର୍ବଦା ସତ କର୍ମ କରିବା,ସଦାଚାରୀ ହେବା ଓ ଦୟା ପ୍ରେମ କ୍ଷମା ଓ ସ୍ନେହ କରିବା ଶିକ୍ଷା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ  ।