ଆତଙ୍କବାଦୀଙ୍କୁ କଠୋର ଶାସ୍ତି ପାଇଁ ମଶାଲ ଶୋଭାଯାତ୍ରା
ପଟ୍ଟାମୁଣ୍ଡାଇ : ସମ୍ପ୍ରତିକାଶ୍ମୀର ପେହେଲଗାମ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀ ମାନେ ନିରୀହ ଭାରତୀୟ ହିନ୍ଦୁମାନଙ୍କୁ ବର୍ବୋରୋଚିତ ଭାବେ ହତ୍ୟା କରିବା ଘଟଣାକୁ ଦେଶ ବ୍ୟାପି ନିନ୍ଦା କରାଯିବା ସହିତ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ କଡା ଶାସ୍ତି ବିଧାନ କରିବାକୁ କେନ୍ଦ୍ରସରକାରଙ୍କ ନିକଟରେ ଦାବି କରାଯାଇଛି । ପଟ୍ଟାମୁଣ୍ଡାଇ ରାଷ୍ଟ୍ରବାଦୀ ବିଚାର ମଂଚ ପକ୍ଷରୁ କାଶ୍ମୀର ପେହେଲଗାମରେ ଆତଙ୍କବାଦୀମାନେ ନିରୀହ ଭାରତୀୟ ହିନ୍ଦୁମାନଙ୍କୁ ବର୍ବୋରୋଚିତ ଭାବେ ହତ୍ୟା କରିବା ଘଟଣାର ପ୍ରତିବାଦ ଓ ଆତଙ୍କବାଦୀଙ୍କୁ କଠୋର ଶାସ୍ତି ବିଧାନ ଦାବିରେ ସ୍ଥାନୀୟ ହରପାର୍ବତୀ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା କରାଯାଇ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରାଯାଇଥିଲା । ଆଡଭୋକେଟ ସଞ୍ଜୟ ସାହୁ, ଶଶିକାନ୍ତ ସ୍ୱାଇଁ, ମିଟୁମନୋଜ ନାୟକ, ଆଡଭୋକେଟ ପ୍ରମୋଦ ସାହୁ, କାଉନସିଲର ବିଦ୍ୟାଧର ସେଠୀ, ଯୁବନେତା ସମର ସାହୁ, ଚନ୍ଦନ ପାତ୍ର, ଯୋଗେଶ ବେହେରା, ଆଡଭୋକେଟ ଶିଶିର ମଲିକ ରାଜେନ୍ଦ୍ର ଗିରି, ପାରେଶ୍ୱର ପାତ୍ର, ରାଜ କିଶୋର ସାହୁ, ନଗର ବିଜେପି ସଭାପତି ଅଶୋକ ସାହୁ, ରବୀନ୍ଦ୍ର ବିଶ୍ୱାଳ, ଅଭିରାମ ସାମଲ, ବ୍ରଜକିଶୋର ପଣ୍ଡା ପ୍ରମୁଖ ବହୁ ରାଷ୍ଟ୍ରବାଦୀ ବିଚାରମଂଚର ସଦସ୍ୟମାନେ ସାମିଲହୋଇ ଏହି ହୁର୍ଘଟଣାର ପ୍ରତିବାଦ କରିବା ସହିତ ନରସଂହାରରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ କଠୋର ଶାସ୍ତିବିଧାନ କରିବାକୁ କେନ୍ଦ୍ରସରକାରଙ୍କ ନିକଟରେ ଦାବିକରିଥିଲେ ।