ଜଗନ୍ନାଥ ସାଗର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବି
ଜୟପୁର: ମୋ ଜଗନ୍ନାଥ ସାଗର ସୁରକ୍ଷା ସମିତି ତରଫରୁ ଡାକରାରେ ଏକ ଜରୁରୀ କାଳୀନ ବୌଠକ ଜୟପୁର ଜୈନ ମନ୍ଦିର ଠାରେ ରଜନୀ ନାୟକଙ୍କ ସଭାପତିତ୍ୱରେ ଜୟପୁର ସହରର ୨୦ ରୁ ଅଧିକ ଅଧ୍ୟାତ୍ମିକ ଓ ୨୦ରୁ ଅଧିକ ସାମାଜିକ ସଂସ୍ଥା ସଂଗଠନର ଉପସ୍ଥିତିରେ କରାଗଲା । ଲୋକଙ୍କ ମୁହଁରେ ବହୁ ଦୁଃଖ ଓ ରାଗ ରହିଅଛି କିନ୍ତୁ କଣ କରିବେ ଲୋକେ ଜାଣିପାରୁନାହାଁନ୍ତି । ଏହାର ମୁଖ୍ୟ ଉଦେ୍ଦଶ୍ୟ ଦୀର୍ଘ ୨ଘଣ୍ଟା ଧରି ଆଲୋଚନା ପରେ ଜୟପୁର ସହରକୁ ଗୋଟାଏ ଦିନ ବନ୍ଦ କରିବା ନିମିତ୍ତ ସମସ୍ତେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଲୋକଙ୍କ ବ୍ୟବସାୟ ଓ ସାଧରଣ ଜୀବନ ଜୀବିକାରେ ବ୍ୟାଘାତ ରହିଥିବାର ସମ୍ଭାବନା ରହିଥିବା ଯୋଗୁଁ ଗୋଟିଏ ଗୋଟିଏ ୱାର୍ଡ ବା ରାଜା ରାସ୍ତା ବନ୍ଦ କରିବା ନିମନ୍ତେ ସ୍ଥିର କରାଗଲା । ପରବରେ ଆୟୋଜିତ ହୋଇଥିବା କୋଟପାଡ଼ରୁ ଆସିଥିବା ନାଟକ ଜଗନ୍ନାଥ ସାଗର ଉପରେ ଆଧାରିତ ହୋଇଥିଲା ମାଛ ରାଣୀ ବୋହୂ ଉଚ୍ଚକୋଟୀର ହୋଇଥିଲା । ତେଣୁ ଜଗନ୍ନାଥ ସାଗର ଟ୍ରଷ୍ଟ ତରଫରୁ ତାଙ୍କୁ ସାଧୁବାଦ ଜଣା ଯାଇଥିଲା ଓ ଆବଶ୍ୟକ ସ୍ଥଳେ ସେମାନେ ନାଟକକୁ ଜୟପୁର ସହରରେ ପ୍ରଚାର ପ୍ରସାର କୋରା ଯିବ ବୋଲି ପ୍ରସ୍ତାବ ଦିଆ ଯାଇଥିଲା । ପ୍ରଥମେ ସାଗରର ସୀମା ନିର୍ଦ୍ଧାରଣ କରାଯାଉ ଓ ସରକାରୀ ବେସରକାରୀ ସ୍ତରରେ ଜବର୍ ଦଖଲ ଓ ଜମି ହଡ଼ପ କରିଥିବା ଜାଗା ଗୁଡ଼ିକୁ ଚିହ୍ନଟ କରି ଉଚ୍ଛେଦ କରାଯାଉ । ବିନା ଉନ୍ନତ ଧାରଣର ପ୍ଲାନ୍ରେ ଉକ୍ତ କାର୍ଯ ହେଉଥିବା ଯୋଗୁଁ କାର୍ଯ ଠିକ୍ ଭାବେ କରାଯାଉନାହିଁ । ସରକାରଙ୍କୁ ଖାଲି କାଗଜ ମାଧ୍ୟମରେ ଜଗନ୍ନାଥ ସାଗରର ସୌନ୍ଦର୍ଯ୍ୟ କରଣ କୋରା ଯାଉଅଛି ।ତେଣୁ ଅଭିଜ୍ଞ ଇଞ୍ଜିନିୟରଙ୍କ ମାର୍ଗ ଦର୍ଶନରେ ଡିପିଆରରେ କାର୍ଯ କଲେ କାର୍ଯ୍ୟ ଠିକ୍ ଭାବରେ ହୋଇପାରିବ । ତେଣୁ ପ୍ରତ୍ୟେକ ୱାର୍ଡରେ ଜଗନ୍ନାଥ ସୁରକ୍ଷା ସମିତିର ଗୋଟିଏ ଗୋଟିଏ କମିଟି ଗଠନ କରିବା ନିମିତ୍ତ ସ୍ଥିର କୋରା ଗୋଲା । ଅନେକ ଲୋକ ପ୍ରଶ୍ନ କଲେ ଛୋଟିଆ ଛୋଟିଆ କାର୍ଯ୍ୟରେ ଜୟପୁର ସହର ବନ୍ଦ ହେଉ ଅଛି କିନ୍ତୁ ଜଗନ୍ନାଥ ସାଗର ନିମିତ୍ତ କାହିଁକି ବନ୍ଦ କରାଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ ।