ଜିନ୍ଦଲ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର: ଜିନ୍ଦଲ ଷ୍ଟେନଲେସ ଲିମିଟେଡ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିନ୍ଦଲ ଏହାର କର୍ପୋରେଟ ସାମାଜିକ ଦାଇତ୍ୱ ପଦକ୍ଷେପ ମାଧ୍ୟମରେ ପାରିପାର୍ଶ୍ୱିକ ସମ୍ପ୍ରଦାୟର କଲ୍ୟାଣ ବୃଦ୍ଧିରେ ସମ୍ପ୍ରତି ଦାନଗଦୀର ସୋଲେଇ ଗାଁରେ ଆୟୋଜନ କରିଥିଲା । କାର୍ଯ୍ୟକ୍ରମ ଅଧୀନରେ ଉକ୍ତ ଗ୍ରାମର ତିନୋଟି ସ୍ଥାନରେ ଥିବା ଅଳିଆ ଗଦାଗୁଡିକୁ ସଫା କରାଯାଇ ଉକ୍ତ ସ୍ଥାନ ଗୁଡିକରେ ବିଭିନ୍ନ ପ୍ରକାର ପୁଷ୍ପବୃକ୍ଷ ଗୁଡିକ ରୋପଣ କରାଯାଇଛି । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଦାନଗଦୀ ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଆରଡବ୍ଲୁଏସଏସ ଅଧିକାରୀ ଦିପ୍ତିମନ୍ତ ମଲ୍ଲିକ, ତ୍ରୀଜଙ୍ଗା ପଞ୍ଚାୟତର ସମ୍ପ୍ରସାରଣ ଅଧିକାରୀ କାମିନୀ ସାହୁ ଏବଂ ଜିନ୍ଦଲ ଷ୍ଟେନଲେସର ସିଏସଆର ଓ ପରିବେଶ ବିଭାଗର ଅଧିକାରୀ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯକ୍ରମରେ ସୋଲେଇ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀ, କିଶୋରୀ ବାଳିକା ମଣ୍ଡଳର ସଭ୍ୟା ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରବା ସହିତ ସୋଲେଇ ଗ୍ରାମକୁ ବର୍ଜ୍ୟ ବସ୍ତୁ ମୁକ୍ତ ଗ୍ରାମ କରିଗଢି ତୋଳିବା ପାଇଁ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଶେଷକରି ସୋଲେଇ ପ୍ରାଥମିକ ବିଦ୍ୟାଳୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଯେଉଁଠାରେ ୩୦ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ ଏବଂ ମୁଖ୍ୟ ଅତିଥି ସତ୍ୟ ନାରାୟଣ ନାୟକଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟ ଏକ ପଦକ୍ଷେପରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ରଣାଗୁଣ୍ଡି ପଞ୍ଚାୟତର ମାଣ୍ଡପଡା ଗ୍ରାମରେ ଏକ ସିଲେଇ ତାଲିମ କେନ୍ଦ୍ର ଆରମ୍ଭ କରି ଏହି ଅଞ୍ଚଳର ୪୦ରୁ ଅଧିକ ମହିଳା ତାଲିମପ୍ରାପ୍ତ ବ୍ୟକ୍ତିଙ୍କୁ ଉପକୃତ କରିଥିଲେ । ଜେଏସଏଲର ମାନବ ସମ୍ବଳ ଓ ଶିଳ୍ପ ସମ୍ପର୍କ ବିଭାଗର ଡ଼ିଜିଏମ ଜିଆର କ୍ରୀଷ୍ଣା କୁମାର ଏହାକୁ ଉଦ୍ଘାଟନ କରିଥିଲେ । ଜିନ୍ଦଲଙ୍କ ସିଏସଆର ବିଭାଗର ସୁକାନ୍ତ ରଥ, ସଞ୍ଜୟ କୁମାର ମହାନ୍ତି, ତପନ କୁମାର ନାୟକ ଏବଂ ହେମନ୍ତ ବାହାଲିଆ ଏହି କାର୍ଯ୍ୟକ୍ରମ ଗୁଡିକର ପରିଚାଳନା କରିଥିଲେ ।