ଶିକ୍ଷା ବିଭାଗର ଅଜବନୀତି... ୩ ମାସ ପୂରିଲାଣି ସିଆରସିସିଙ୍କ କାର୍ଯ୍ୟକାଳ
ରାଜନଗର: ରାଜନଗର ବ୍ଲକରେ କାର୍ଯ୍ୟରତ ସିଆରସିସିମାନଙ୍କର କାର୍ଯ୍ୟକାଳ ବର୍ଷକରୁ ଊଦ୍ଧ୍ୱର୍ ହେବ ପୂରିଗଲାଣି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୨୪ ଅପ୍ରେଲ ୫ତାରିଖ ଦିନ ଚିଠି ନଂ- ୭୩୬ରେ କେନ୍ଦ୍ରାପଡା ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଏହି ବ୍ଲକରେ କାର୍ଯ୍ୟରତ ୯ଜଣ ସିଆରସିସି କାର୍ଯ୍ୟକାଳ ଶେଷ ହୋଇଛି । ନୂତନ ସିଆରସିସି ନିଯୁକ୍ତି ପାଇଁ ଚିଠି ପଠାଇଥିଲେ ମଧ୍ୟ ଡିପିସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୈ÷ାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଏହି ବ୍ଲକରେ କାର୍ଯ୍ୟରତ ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ କେରଡାଗଡ କ୍ଲଷ୍ଟରର ସିଆରସିସି ପ୍ରଶାନ୍ତ କୁମାର ଜେନାଙ୍କର ୨୦୨୪ ମସିହା ମେ ମାସ ୨୮ତାରିଖ ଦିନ କାର୍ଯ୍ୟକାଳ ଶେଷ ହୋଇଛି । ବାସୁଦେବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଣ୍ଡିରା କ୍ଲଷ୍ଟରର ସିଆରସିସି ଦିଲ୍ଲୀପକୁମାର ସେଠୀଙ୍କର ୨୦୨୪ମସିହା ଜୁନ୍ ୬ତାରିଖ, ଓସ୍ତିଆ-ବନ୍ଧପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ସିଆରସିସି ଲକ୍ଷ୍ମୀକାନ୍ତ ପ୍ରିୟଦର୍ଶନଙ୍କର ୨୦୨୪ ମସିହା ମେ ମାସ ୨୮ତାରିଖ, ସପନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ବାରହାପୁର କ୍ଲଷ୍ଟରର ସିଆରସିସି ମନୋରଂଜନ ପରମାଣିକଙ୍କର ୨୦୨୪ ମସିହା ମେ ମାସ ୨୮ତାରିଖ, ସରକାରୀ ଶୈ÷ଳେନ୍ଦ୍ର ନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଜନଗର କ୍ଲଷ୍ଟରର ସିଆରସିସି ମଧୁସୂଦନ ସାହୁଙ୍କର ୨୦୨୪ମସିହା ମେ ମାସ ୨୮ତାରିଖ, ବାରଗାଁ ମାଟିଆ ମଙ୍ଗଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରର ସିଆରସିସି ଅମରକୁମାର ବେହୁରାଙ୍କର ୨୦୨୪ ମସିହା ଜୁନ ୬ତାରିଖ, ପଚୁଂବରାହୀ ବିଦ୍ୟାନିକେତନ ମାଣପଡା କ୍ଲଷ୍ଟରର ସିଆରସିସି ମହେଶ୍ୱର ସାହୂଙ୍କୁ ୨୦୨୪ ମସିହା ମେ ମାସ ୨୮ତାରିଖ ଦିନ ୫ବର୍ଷ କାର୍ଯ୍ୟକାଳ ପୂରି ଯାଇଥିବା ବ୍ଲକ ଶିକ୍ଷାଧିକାରୀ ଜିଲ୍ଲା ଡିପିସିଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ମାତ୍ର ଏଯାବତ୍ ସଂପୃକ୍ତ ସିଆରସିସିଙ୍କ ବଦଳରେ ନୂତନ ସିଆରସିସି ନିଯୁକ୍ତି ଦିଆଯାଇନାହିଁ । ଯାହା ଶିକ୍ଷା ବିଭାଗର ବିଚିତ୍ର ନୀତିକୁ ପଦାରେ ପକାଇଛି । ଅପରପକ୍ଷରେ ସିଆରସିସିମାନେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଲକ୍ଷାଧିକ ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆସୁଥିବା ବେଳେ ଏହାର ସୁବିନିଯୋଗ କରାନଯାଇ କାଗଜପତ୍ରରେ କାର୍ଯ୍ୟକ୍ରମ କରି ସଂପୃକ୍ତ ସିଆରସିସିଙ୍କ ଜରିଆରେ ଲୁଟ କରୁଥିବା ନାମ ଗୋପନ ସୂତ୍ରରେ କିଛି ଶିକ୍ଷକ ଅଭିଯୋଗ କରିଛନ୍ତି । ଏସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସିଆରସିସିମାନଙ୍କ କାର୍ଯ୍ୟକାଳ ପୁରି ବର୍ଷକରୁ ଉର୍ଦ୍ଧ୍ୱକାଳ ସେମାନେ ଦାୟିତ୍ୱରେ ଅଛନ୍ତି । ଯାହା ଠିକ ନୁହେଁ । ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଛୁ । ଖୁବଶିଘ୍ର ନୂତନ ସିଆରସିସି ନିଯୁକ୍ତି କରାଯିବ ବୋଲି କହିଛନ୍ତି ।