ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ
ଜୟପୁର : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ଗତ ଶୁକ୍ରବାର ପୂର୍ଣ୍ଣ ଶ୍ରଦ୍ଧା ଓ ଉସôାହର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଭରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ମୁଖ୍ୟ ଅତିଥ୍ ଭାବେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ତାଙ୍କ ଭାଷଣରେ ପ୍ରଫେସର ପଣ୍ଡା ଆଦି ଶଙ୍କରାଚାର୍ଯ୍ୟଙ୍କ ଜୀବନ, ତାଙ୍କର ଦାର୍ଶନିକ ଚିନ୍ତାଧାରା ଓ ଅଦ୍ୱେତ ବେଦାନର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ତାଙ୍କର ଗଭୀର ଜ୍ଞାନ ଓ ବ୍ରହ୍ମ ସୂତ୍ର, ବେଦ, ଉପନିଷଦ୍ ଇତ୍ୟାଦିରେ ଥିବା ଅବଦାନରୁ ପ୍ରେରଣା ନେବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଛବିକୁ ପୁଷ୍ପାଞ୍ଜଳି ଦେଇ ଆରମ୍ଭ ହୋଇଥିଲା । ଏହି ଅବସରରେ ହିନ୍ଦୀ ବିଭାଗ ମୁଖ୍ୟ ଡ଼, ଚକ୍ରଧର ପ୍ରଧାନ, ଡ଼. ମନୋଜ କୁମାର ସିଂହ ହିନ୍ଦୀ ବିଭାଗ ଓ ସଂସ୍କୃତ ବିଭାଗର ସମସ୍ତ ଶିକ୍ଷକଗଣ ଉପସ୍ଥିତ ଥିଲେ । ହିନ୍ଦୀ ଓ ସଂସ୍କୃତ ବିଭାଗର ଅନେକ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ସଂଚାଳନା ସଂସ୍କୃତ ବିଭାଗର ଡ଼. ନବୀନ କୁମାର ପ୍ରଧାନ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଅବସରରେ ଗୀତା ଜୟନ୍ତୀ ଅନ୍ତର୍ଗତ ଗୀତା ଶ୍ଳୋକବୃତ୍ତ ଓ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧୂକାର କରିଥିବା ଛାତ୍ରଛାତ୍ରୀ ମାନେ ପୁରସ୍କାରରେ ସମ୍ମାନିତ ହେଇଥିଲେ । ସଂସ୍କୃତ ବିଭାଗର ଶିକ୍ଷକ ଡ଼. ସଂଜୀବ ସରକାର, ଡ଼. ଦେବାଶିଷ କର୍ମକାର, ଡ଼. ବୀରେନ୍ଦ୍ର କୁମାର ଶାଡଙ୍ଗୀ ଓ ସତ୍ୟବ୍ରତ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନିବାହନ କରିଥିଲେ । ଏହି କାର୍ଯ୍ୟକ୍ରମ ଆଦି ଶଙ୍କରାଚାର୍ଯ୍ୟଙ୍କ ମହାନ ଚିନ୍ତାଧାରାକୁ ସାଧାରଣ ଜନମାନସ ପର୍ଯ୍ୟନ୍ତ ପହଁଚେଇବା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା ଓ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଜାଗ୍ରୁତ କରିଛି ବୋଲି ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼.ଫଗୁନାଥ ଭୋଇ ଏକ ପ୍ରେସ ବାର୍ତ୍ତାରେ ଜଣେଇଛନ୍ତି ।