ଜନଜାତି ସୁରକ୍ଷା ମଞ୍ଚର ମହିଳା ମୋର୍ଚ୍ଚା ସଂଗଠନ ବୈଠକ

 ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ରତାଖଣ୍ଡି ଗୁଡ଼ା ଗ୍ରାମ ପାଞ୍ଚୟତ ଅନ୍ତର୍ଗତ ପରସଲା ହାଟ ପଦାଠାରେ, ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ନିଦେ୍ର୍ଦଶ କ୍ରମେ, ମହିଳା ସଂଗଠନ ଓ ଯୁବ ସଂଗଠନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନ କିପରି ସୁଦୃଢ ହେବ, ଆଦିବାସୀ ଲୋକେ କିପରି ହକ ଅଧିକାର ପାଇ ପାରିବେ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ବ୍ଲକ ମହିଳା ମୋର୍ଚ୍ଚା ସଂଗଠନ ଚୟନ ପ୍ରକ୍ରିୟା କରାଯାଇଥିଲା । ଝରିଗାଁ ମହିଳା ମୋର୍ଚ୍ଚା ସଂଗଠନର ସଭାପତି ଭାବେ ଜୟନ୍ତୀ ଭତ୍ରା, ସେକ୍ରେଟାରୀ ଭାବେ ଜୟମଣୀ ଗଣ୍ଡ ଏବଂ ସଂଯୋଜିକା ଭାବେ ଟବା ସାନ୍ତାଙ୍କୁ ଚୟନ କରାଯାଇଥିଲା । ଏହି ବୈଠକରେ  ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ସଂଯୋଜକ ରାଜମନ ଭତ୍ରା, ଜିଲ୍ଲା ସମ୍ପାଦକ ଲଚ୍ଛମନ ମାଝୀ, ଜିଲ୍ଲା ଉପସଭାପତି ପଦମନ ସାନ୍ତା, ଡାବୁଗାଁ ବ୍ଲକ ସଭାପତି ମୋହନସିଂ ଗଣ୍ଡ, ଝରିଗାଁ ବ୍ଲକ ସଭାପତି ଘନ ମାଝୀ, ସମ୍ପାଦକ ଦିବାକର ହାଲବା, ଶୁକଚନ୍ଦ ମାଝୀ, ଖଗପତି ଭତରା, ସୁକାଳୁ ଗଣ୍ଡ ସହ ବ୍ଲକର ସମସ୍ଥ ସମାଜର ସଭ୍ୟ ସଭ୍ୟା ସହ ୧୫୦୦ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ ।