"ଆଦିଦେବ ଏଣ୍ଟରଟେନମେଣ୍ଟ’ ବାର୍ଷିକୋସôବ

ପାରାଦୀପ : ପାରାଦୀପର ଅତ୍ୟାଧୁନିକ ମନୋରଞ୍ଜନ ଧର୍ମୀ ସାସ୍କୃତିକ ଅନୁଷ୍ଠାନ "ଆଦିଦେବ ଏଣ୍ଟରଟେନମେଣ୍ଟ’ର ପ୍ରଥମ ବାର୍ଷିକ ଉସôବ ନୂଆବଜା ରସ୍ଥିତ ପୋର୍ଟ କ୍ଲବ  ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ସଫଳତାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠାନର ଅଧ୍ୟକ୍ଷା  ବନ୍ଦିତା ଶୁଭଦର୍ଶିନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ପ୍ରାଧିକରଣ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଓ ଜଗନ୍ନାଥ ଲଳିତ କଳା ସଂସଦର ସମ୍ପାଦକ ପ୍ରଶାନ୍ତ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ   ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନା ଓ ଶଶାଙ୍କ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଙ୍ଗୀତ କଳା କ୍ଷେତ୍ରରେ ଆଦିଦେବ ଅନୁଷ୍ଠାନର ଉତ୍ତରାତୋର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା ବନ୍ଦିତା ଶୁଭଦର୍ଶିନୀ କାର୍ଯ୍ୟକ୍ରମରେ ଉପସ୍ଥିତ  କଳାକାର ଓ ଅତିଥି ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଦିଦେବ ଅନୁଷ୍ଠାନ ଗଠନର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପରାମର୍ଶଦାତା ରବିନ୍ଦ୍ର କୁମାର ଜେନା ପରିଚାଳନା କରିଥିବା ବେଳେ  ଆଦିଦେବ ଅନୁଷ୍ଠାନର ସଭାପତି ବିରଜା ପ୍ରସାଦ ତ୍ରିପାଠୀ, ସହ ସମ୍ପାଦକ ସୁଧାଂଶୁ ନାୟକ, ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ, ଯୁଗ୍ମ ସମ୍ପାଦକ ସନ୍ତୋଷ ଭାରତୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା  କରିଥିଲେ ।