ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ
ାା ପ୍ରଭାନୁ୍ୟଜ୍ ।ା ଢେଙ୍କାନାଳ: ମହିଷାପାଟ ସ୍ଥିତ ପଡିଆରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା - ୨୦୨୪ ଉଦଘାଟିତ ହେଇଯାଇଛି । ଏହି ଉଦଘାଟନୀ ଉସôବରେ ମୁଖ୍ୟ ଅତିଥି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ସେ ଢେଙ୍କାନାଳ ମାଟିର ଗର୍ବ ଓ ଗୌରବ ଓ ସମୃଦ୍ଧ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ଉସôବର ମୁଖ୍ୟ ଆକର୍ଷଣ ମା ଗଜଲକ୍ଷ୍ମୀ ପୂଜା ଓ ପଲ୍ଲିଶ୍ରୀ ମେଳା ସମ୍ପର୍କ ରେ କହିଥିଲେ ।
ଏହି ବର୍ଷ ମେଳାର ବ୍ୟବସାୟ ୫ କୋଟିରୁ ଉର୍ଦ୍ଧ ହେବ ବୋଲି ସେ ଆଶାବାଦୀ ବୋଲି କହିଥିଲେ । ଏହି ଉସôବରେ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ମା ଗଜଲଷ୍ମୀଙ୍କ ପୂଜାର ମହତ୍ୱ ବିଷୟରେ କହିଥିଲେ । ଉସôବରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌରପାଳିକା ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗ ଦେଇଥିଲେ । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସଭାର ସଭାପତିତ୍ୱ କରିଥିଲେ । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡେପୁଟି ସିଇଓ ଓରମାସ ଅଶ୍ୱିନୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ଅବନୀ କୁମାର ମିଶ୍ର କରିଥିଲେ । ଓରମାସ ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ମିଳିତ ସହଯୋଗରେ ଏହି ମେଳା ଆୟୋଜନ ହେଉଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ସିଧାସଳଖ ଗ୍ରାହକ ଓ ଖାଉଟିମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ଆବଶ୍ୟକତା ଜାଣି ସାମଗ୍ରୀର ମୂଲ୍ୟଯୁକ୍ତ କରାଇବା ଏବଂ ଖାଉଟି ମାନଙ୍କୁ ସନ୍ତୁଷ୍ଟ କରାଇବା ହେଲା ପଲ୍ଲିଶ୍ରୀ ମେଳାର ମୁଖ୍ୟ ଉଦେ୍ଦଶ୍ୟ ବୋଲି କହିଥିଲେ ।
ଚଳିତବର୍ଷ ମୋଟ ୨୫୦ଟି ଷ୍ଟଲର ବ୍ୟବସ୍ଥା କରାଯାଇଅଛି । ୧୫ଟି ଖାଦ୍ୟ ଷ୍ଟଲର ମଧ୍ୟ ଆୟୋଜନ କରାଯାଇଛି । ଓଡିଶାର ୩୦ଟି ଜିଲ୍ଲା ସମେତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଗୁଜୁରାଟ, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆସାମ, ମଣିପୁର, ମଧ୍ୟ ପ୍ରଦେଶ ଆଦି ରାଜ୍ୟର କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଭାଗ ନେଇଛନ୍ତି । ସରକାରଙ୍କର ବିଭିନ୍ନ ବିଭାଗ ଯଥା- ହସ୍ତ ଓ କୁଟୀର ଶିଳ୍ପ ବିଭାଗ, ଜିଲ୍ଲା ଶିଳ୍ପ ବିଭାଗ, ଜିଲ୍ଲା ଶିଶୁ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମସô୍ୟ ବିଭାଗ, ଜଳ ବିଭାଜିକା ବିଭାଗ, ଜଙ୍ଗଲ ବିଭାଗ, ମିଶନ ଶକ୍ତି ବିଭାଗ ଆଦି ଏଠାରେ ଭାଗ ନେଇଛନ୍ତି । ୧୭ ଅକ୍ଟୋବର ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ନଅଦିନ ବ୍ୟାପୀ ଚାଲୁଥିବା ଏହି ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।