ଶିରିଡି ଓ ନାସିକ ଦର୍ଶନରେ ଗଲେ ୧୯୭ ବରିଷ୍ଠ ନାଗରିକ

 କଟକ:   ବରିଷ୍ଠ ନାଗରିକମାନଙ୍କୁ ଅଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭୂତି ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧିନରେ କଟକ ଜିଲ୍ଲାର ବିଭିନ୍ନ ବ୍ଲକର ୧୯୭ଜଣ ବରିଷ୍ଠ ନାଗରିକ ଶିରିଡି ଓ ନାସିକ ଦର୍ଶନରେ ଯିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ।  କଟକ ବାରବାଟୀ ବିଧାୟକ  ଇଂ. ସୋଫିଆ ଫିଦେ୍ର୍ଦାସ, କଟକ ସଦର  ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦ, ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ ପ୍ରମୁଖ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତାକା ଦେଖାଇ ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ । ତୀର୍ଥଯାତ୍ରୀମାନେ ୫ଟି ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ସକାଳ ୧୧ଟାରୁ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ତୀର୍ଥଯାତ୍ରୀମାନଙ୍କର ପଞ୍ଜିକରଣ ଆରମ୍ଭ ହୋଇଥିଲା । ସେଠାରେ ସେମାନଙ୍କର ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା ଓ ଦିନ ୪ଟା ସମୟରେ ତୀର୍ଥଯାତ୍ରୀମାନେ ଯାତ୍ରା ଆରମ୍ଭ କରିଥିଲେ ।