ଆଦିବାସୀ ନୃତ୍ୟ ସମାବେଶ
ନୀଳଗିରି: ପରମ୍ପରାକୁ ବଜାୟ ରଖି ଆଦିବାସୀ ନୃତ୍ୟାଙ୍ଗନା ଏବଂ ଶତାଧିକ ଆଦିବାସୀ ପୁରୁଷ ଓ ମହିଳାଙ୍କ ଅଣ୍ଟାରେ ହାତଛନ୍ଦି ନୃତ୍ୟରେ ସାମିଲ ହେଲେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ । ନରଣପୁର ପଞ୍ଚାୟତ ସାହାର୍ଡିହି ହାଟପଡିଆ ନିକଟରେ ମାରାଂବୁରୁ ଜାହିରା ଠାରେ ସରସ୍ୱତୀ ପୂଜା ଉପଲକ୍ଷେ ଯୁବଉଦ୍ୟୋଗୀ ଗୟାଧର ମାଝୀଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀ ଭାଇଭଉଣୀଙ୍କ ସମାବେଶରେ ଏକ ବିରାଟ ନୃତ୍ୟର ଆୟୋଜନ କରାଯାଇଥିଲା । ପାରମ୍ପରିକ ବାଦ୍ୟ ଧୂମସା ମାଦଳର ତାଳେ ତାଳେ ଆଦିବାସୀ ନୃତ୍ୟ ଗୀତ ଗାଇ ଗାଇ ଉଭୟ ମହିଳା ଓ ପୁରୁଷମାନେ ନିଜକୁ ହଜାଇ ଦେଇଥିଲେ । ଏହି ନୃତ୍ୟକୁ ମୁଖ୍ୟଅତିଥି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀଙ୍କ ସହିତ ନରଣପୁର ପଞ୍ଚାୟତ ସମିତିସଭ୍ୟା ବିଦୁ୍ୟତ୍ ପ୍ରଭା ପାତ୍ର, ଆଦିବାସୀ ଜନନେତା ମଦନ ମୋହନ ମାଝୀ, ଅବସରପ୍ରାପ୍ତ ପୋଲିସ ଅଫିସର ଲମ୍ବୋଦର ମାଝୀ, ଶିକ୍ଷକ ବାଇଧର ମାଝୀ, ଶ୍ୟାମସୁନ୍ଦର ମାଝୀ,ଲାଲମୋହନ ମାଝୀ ପ୍ରମୁଖ ମଞ୍ଚାସୀନ ରହି ଉପଭୋଗ କରିଥିଲେ । ବ୍ଲକ ସଦସ୍ୟ ଜଡା ମାଝୀ, ପ୍ରଦୀପ ହେମ୍ବ୍ରମ, ସୁରେନ୍ଦ୍ର ମାଝୀ, ରଞ୍ଜନ ମାଝୀ ସୁରେଶ ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।