‘ଘର ହିଁ ବିଦ୍ୟାଳୟ’ କାର୍ଯ୍ୟକ୍ରମ

 ତାଳଚେର:  ତାଳଚେର ବ୍ଲକ  କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ପ୍ରଥମ ପର୍ଯ୍ୟାୟ ‘ଘର ହିଁ ବିଦ୍ୟାଳୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ତପନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମଧ୍ୟ ସମ୍ଭାଗ ସଙ୍ଗୀତ ପ୍ରମୁଖ ନିର୍ମଳ ପ୍ରଧାନ ଓ ସମ୍ମାନୀୟ ଅତିଥି ଭାବରେ ବିଦ୍ୟାଳୟର  ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଶରତ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥବାବେଳେ ଶିଶୁବାଟିକା ପ୍ରମୁଖ ଆଚାର୍ଯ୍ୟା ଅର୍ଚ୍ଚନା ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷା ଉପକରଣ ସମ୍ବଦ୍ଧିତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଶିଶୁବାଟିକାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସମ୍ବନ୍ଧୀୟ ଏକ କ୍ଷୁଦ୍ରନାଟିକା ପ୍ରଦର୍ଶିତ ହୋଇଥିଲା । ଆଚାର୍ଯ୍ୟା ସରସ୍ୱତୀ ସାହୁ ଓ ଅର୍ଚ୍ଚନା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ବସନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ କୁମୁଦ ସାହୁ, ରୀତା ଭୂତିଆ, ସଞ୍ଜୟ ବାରିକ, କଳ୍ପନା ସାହୁ, ରଞ୍ଜୁବାଳା ସାହୁ, ପୁଷ୍ପାରାଣୀ ବେହେରା, ହିମାଂଶୁ ଦାସ, ରାଗିଣୀ ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ସହଯୋଗ କରିଥିଲେ ।