ବୟୋଜ୍ୟେଷ୍ଠ ଦିବସ ପାଳନ ପାଇଁ ପ୍ରସ୍ତୁତି

 ଜୟପୁର :  ଜୟପୁର ସିଟିଜେନ କମିଟି ନିଜସ୍ୱ ସଭାଗୃହରେ ବସିଥିବା କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୧ ତାରିଖରେ ବିଶ୍ୱ ବ୍ୟୟୋଜ୍ୟେଷ୍ଠ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାବାହିନୀ ପତି, ସମ୍ମାନିତ ଅତିଥି ଭାବେ ଜୟପୁର ପୌରଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଜୟପୁର ଉପଜିଲ୍ଲାପାଳ ଏ.ଶସ୍ୟା ରେଡ୍ଡୀ, ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ ପ୍ରମୁଖ ଯୋଗଦାନ କରିବେ । ଏହି କାର୍ଯ୍ୟକ୍ରମରେ ସହର ତିନି ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଅନୁଷ୍ଠିତ ଏହି ବୈଠକରେ କମିଟି ସଭାନେତ୍ରୀ ବିନୋଦିନୀ ସାନ୍ତ୍ରାପାତ୍ର ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଜିଭି ରେଡ୍ଡୀ, ଉପଦେଷ୍ଟା ମିନକେତନ ଦାସ ଏବଂ ଈଂ କେଦାର ନାଥ ବେହେରା, କୋଷାଧ୍ୟକ୍ଷ ରବି ନାରାୟଣ ନନ୍ଦ, କାର୍ଯ୍ୟକାରିଣୀ ସଦସ୍ୟ ଭୀମ ସେନ ଅଗ୍ରୱାଲ, ଯାଦବ ସୁବୁଦ୍ଧି, ଜିଭି ରାଓ, ମହେଶ ରାଓ, ସାନ ଚୌଧୁରୀ,  ନରସିଂହ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।