ଭକ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଉକôଳ ସାମ୍ବାଦିକ ସଂଘର ସଦସ୍ୟମାନେ ଗୁପ୍ତେଶ୍ୱର ଶୈବପୀଠରେ ଭକ୍ତଙ୍କୁ ଶୁଖିଲା ଖାଦ୍ୟପାନୀୟ ଦେବା ସହ ସେମାନଙ୍କୁ ସେବା ଯୋଗାଇଛନ୍ତି । ଶ୍ରାବଣ ମାସର ଶେଷ ସୋମବାର ଦିନ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ସାମଗମ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଉକôଳ ସାମ୍ବାଦିକ ସଂଘ ପକ୍ଷରୁ ବିସ୍କୁଟ, ଗ୍ଲୁକୋଜ ପାଣି, କଦଳୀ, ପାନୀୟ ଜଳ ବୋତଲ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏପରିକି ଯେଉଁ ଭକ୍ତଙ୍କ ଗୋଡ ଫୁଲି ଚାଲିବା କଷ୍ଟ ହେଉଥିଲା, ସେ ଭକ୍ତଙ୍କ ପାଦ ସେବା କରି ସେମାନଙ୍କ ଗୋଡରେ ଔଷଧ ଲଗାଇ ଦେଉଥିବା ଦେଖିବାକୁ ମିଳିଥିଲା । ଏହି ସେବା ମୂଳକ କାର୍ଯ୍ୟରେ ଜିଲ୍ଲା ଉକôଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର, ବରିଷ୍ଠ ଉପଦେଷ୍ଟା ରନôାକର ଦାଶ ଓ ରାଜେଶ ବେପାରୀ, ରାହୁଲ ଗୋଲରୀ, ବିଜୁ ମଣ୍ଡଳ ଉପସ୍ଥିତ ରହି ଭକ୍ତଙ୍କୁ ସେବା ଯୋଗାଇଥିଲେ । ଏହି କାର୍ଯ୍ୟକ୍ରମରେ ହୃଷିକେଶ ସେଠୀ, ନିରଞ୍ଜନ ମଲ୍ଲ, ବି. ଶ୍ରୀନିବାସ ପାତ୍ରଙ୍କ ସହିତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।