ଆଜି ବିଶ୍ୱ ଥାଲାସେମିଆ ଦିବସ: ଯାଜପୁରରେ ବଢୁଛି ରୋଗୀଙ୍କ ସଂଖ୍ୟା କମ୍ପୋଜେଟ ମେସିନକୁ ଅଣଦେଖା କାହିଁକି?
ଯାଜପୁର: ଆସନ୍ତାକାଲି ବିଶ୍ୱ ଥାଲାସେମିଆ ଦିବସ । ଏହି ରୋଗ କିଭଳି କମିବ ସେଥିପାଇଁ ରୋଗରେ ପିଡ଼ିତ କେହି ବି ବିବାହ ପୂର୍ବରୁ ରକ୍ତ ପରୀକ୍ଷା କରାଇନେବା ଦରକାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି । ସମସ୍ତଙ୍କ ସହଯୋଗରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମଧ୍ୟ କୁହାଯାଉଛି । ସଚେତନ ହିଁ ରୋଗ ନିୟନ୍ତ୍ରଣର ପ୍ରମୂଖ ମାଧ୍ୟମ ବୋଲି କୁହାଯାଉଛି । ହେଲେ ସଚେତନତା କଥା କହୁଥିବା ବିଭାଗୀୟ ଦୂରଦୃଷ୍ଟି ଅଭାବରୁ ଯାଜପୁର ଜିଲାରେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏକଥା ଆମେ କହୁନୁ, ଜିଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ହିଁ କହୁଛି ।
ଜିଲା ସ୍ୱାସ୍ଥ୍ୟ ବିଭାଗ ସୂଚନା କହୁଛି ୨୨୪ରେ ଜିଲାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ୨୨୩ ଥିବା ବେଳେ ୨୨୫ରେ ଏହି ସଂଖ୍ୟା ୨୩୨ରେ ପହଁଚିଛି । ସ୍ୱାସ୍ଥ୍ୟ ବିଭାଗରୁ ରୋଗ ନିୟନ୍ତ୍ରଣ ପାଇଁ ଯେଉଁ ବ୍ୟବସ୍ଥା ଯାଜପୁ ଜିଲାରେ କରିବା କଥା କରାଯାଉନଥିବାରୁ ବଢୁଥିବାର ଅଭିଯୋଗ ହେଉଛି । ଯଦି ଆମେ କହିବା ଯାଜପୁର ଜିଲାର ମୁଖ୍ୟଚିକିସôାଳୟ ସହ ଯାଜପୁର ରୋଡ଼ ମେଡ଼ିକାଲରେ ଏହି ରୋଗୀଙ୍କୁ ରକ୍ତ ଦିଅଯାଇଥାଏ । ହେଲେ ତାହା କଟକ ଏସବି କି ବୁର୍ଲା ମେଡ଼ିକାଲ ପରି ନୁହେଁ । କାରଣ ଯାଜପୁର ଜିଲାର ଏହି ଦୁଇଗୋଟି ମେଡ଼ିକାଲରେ କମ୍ପୋଜେଟର ଲଗାଇବାର ବ୍ୟବସ୍ଥା ଏଯାବଦ ହୋଇପାରିନି । ବିଭିନ୍ନ ସମୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏଦାବି କରାଯାଇ ଆସୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଏହାକୁ ନଜରଅନ୍ଦାଜ କରିଚାଲିଛି । ଫଳରେ ଯାଜପୁର ଏବଂ ଯାଜପୁର ରୋଡ଼ରୁ ପ୍ରତି ମାସରେ ହେଉ କି ଦୁଇମାସ ବା ୩ମାସ ଅନ୍ତରରେ ରକ୍ତ ନେଉଥିବା ରୋଗୀ ମାତ୍ର ୨ଟା ସେଲ ଉପଯୋଗ ହେଉଛି । ତାହା ପୁଣି ରକ୍ତଦାତାଙ୍କ ଠାରୁ ସଂଗୃହିତ ରକ୍ତକୁ ଟାଇରେକ୍ଟ ଦିଆଯାଇଥାଏ । ଯାହାକୁ ହୋଲ ବ୍ଲଡ଼ ବୋଲି କୁହାଯାଏ । କିନ୍ତୁ କଟକରେ ୪ଟି ସେଲ ବା ପାଇପରେ ରକ୍ତ ଦିଆଯାଇଥାଏ । ଯାହାଫଳରେ ରକ୍ତ ନେଉଥିବା ରୋଗୀଙ୍କ ଦେହରେ ଆଇରନ ଜମାଟ ବାନ୍ଧିନଥାଏ । କିନ୍ତୁ ଏଠାରେ ଦିଆଯାଉଥିବା ରକ୍ତ ଆଇରନ ଜମାଟ ବାନ୍ଧିବାର କାରଣ ହୋଇଥାଏ । ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ରକ୍ତହୀନ ରୋଗୀ ବିଭିନ୍ନ ମାସରେ ମେଡ଼ିକାଲରେ ପହଁଚି ରକ୍ତ ନେଇଥାନ୍ତି । ଯେଉଁ ମାନଙ୍କ ପାଇଁ ଉତ୍ତମ ସେବାର ବ୍ୟବସ୍ଥା ଆବଶ୍ୟକତା ରହିଥିଲେ ହେଁ ତାହା ହୋଇପାରୁନି । ସୂଚନା ଥାଉକି ଯାଜପୁର ଜିଲାର ୧୦ଗୋଟି ବ୍ଲକ ଏବଂ ୨ଗୋଟି ପୈାରାଞ୍ଚଳରେ ଶହ ଶହ ସଂଖ୍ୟାର ରକ୍ତହିନତରେ ଆକ୍ରାନ୍ତ ରହିଥିବା ବେଳେ ବହୁ ସଂଖ୍ୟାର ଯୁବକ ଏବଂ ବୟସ୍କ ମଧ୍ୟ ରହିଛନ୍ତି । ଯେଉଁମାନେକି ଯାଜପୁର ଟାଉନ୍ ଏବଂ ଯାଜପୁର ରୋଡ଼ ରକ୍ତ ଭଣ୍ଡାରରୁ ରକ୍ତ ଯୋଗାଇ ଦିଆଯାଇଥାଏ । ଯାଜପୁର ଟାଉନ ରକ୍ତ ଭଣ୍ଡାର ଉପରେ ଯାଜପୁର ପୈାରାଞ୍ଚଳର, ଯାଜପୁର ବ୍ଲକ, ଦଶରଥପୁର, ବରୀ, ବିଞ୍ଝାପରୁର, ରସୁଲପୁର, (ଆଶିଂକ), ବଡ଼ଚଣା(ଆଶିଂକ) ଧର୍ମଶାଳା ପ୍ରଭୂତି ଅଞ୍ଚଳର ଥାଲ୍ସେମିଆ ରୋଗୀ ରକ୍ତ ନେଉଥିବା ବେଳେ ଯାଜପୁର ରୋଡ଼ ରକ୍ତ ଭଣ୍ଡାର ଉପରେ କୋରେଇ, ସୁକିନ୍ଦା, ଦାନଗଦୀ, ରସୁଲପୁର(ଆଶିଂକ), ବ୍ୟାସନଗର ସମେତ ଢେଙ୍କାନାଳ ଏବଂ କେନ୍ଦୁଝର ଜିଲା କିଛି ଅଞ୍ଚଳର ରୋଗୀ ନିର୍ଭର କରିଥାନ୍ତି ।