ଆନନ୍ଦ ଚନ୍ଦ୍ର କ୍ରିକେଟ: ୨ୟ ଦିନ ସେମିରେ ଖରାଖାଇ ଆଳି
ରାଜକନିକା: ରାଜକନିକା ବ୍ଲକ ଡାଳିକାଏନ୍ଦା ଗ୍ରାମରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ପକ୍ଷରୁ ଗୁରୁ ବ୍ରଦର୍ସ ପ୍ରାୟୋଜିତ ୪୯ତମ ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ କ୍ୱାଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ମା ' ଖରାଖାଇ କ୍ରିକେଟ କ୍ଲବ ଆଳି କନିକା କ୍ରିକେଟ କ୍ଲବ ରାଜକନିକାକୁ ୫୯ ରନରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଖରାଖାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୯୬ରନ କରିଥିବାବେଳେ, କନିକା ୧୬ ଓଭରରେ ସମସ୍ତ ୱିକେଟ ହରାଇ ୧୩୭ ରନ କରି ପରାଜୟ ବରଣ କରିଥିଲା । ଅନୁଷ୍ଠାନ କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠିଙ୍କ ସଂଯୋଜନାରେ ଅନୁଷ୍ଠିତ ଖେଳରେ ମୁଖ୍ୟଅତିଥି ଶିକ୍ଷାବିତ୍ ନବକିଶୋର ସୁତାର ଓ ସମ୍ମାନିତଅତିଥି ଶିକ୍ଷକ ପ୍ରବୀଣ ବେହେରା, ଗୋଲସନ ନାୟକ, ମନୋଜ ହେମ୍ରମ, ହିମାଂଶୁ ବେହେରା, ଶିକ୍ଷାବିତ୍ ପ୍ରଫୁଲ୍ଲ ରାଉତ ଓ ହୃଦୟ ନାୟକ, ଉପଦେଷ୍ଟା ରାଜନାରାୟଣ ନାୟକ, ରବୀନ୍ଦ୍ର ପାତ୍ର, ଅନିରୁଦ୍ଧ ସେଠି ଓ ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ଖେଳକୁ ଉତ୍ସାହିତ କରିବା ସହିତ ବିଜେତା ଦଳର ରାମଚନ୍ଦ୍ର ବେହେରାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ କ୍ଲବ୍ ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସରୋଜ ବେହେରା ଓ ବିଶ୍ୱାମିତ୍ର ଜେନା ପ୍ରମୁଖ ଉପସ୍ଥିତଥିଲେ । ନିଗମାନନ୍ଦ ବେହେରା ଓ ପ୍ରକାଶ ସାହୁ ଖେଳ ପରିଚାଳନା କରିଥିବାବେଳେ, ବିପ୍ଳବ ସ୍ୱାଇଁ, ପ୍ରୀତମ ମହାନ୍ତି, ଓମକାର ବେହେରା, ପ୍ରୀତିରାଜ ବେହେରା, ପ୍ରୀତମ ସ୍ୱାଇଁ, ପବିତ୍ର ସୁତାର, ସାଗର ବେହେରା, ଜିତେନ୍ଦ୍ର ସ୍ୱାଇଁ, ଆକାଶ ସ୍ୱାଇଁ, ଶାନ୍ତନୁ ସ୍ୱାଇଁ, ରମାକାନ୍ତ ବାରିକ, ରାଜା ବାରିକ ଓ ବାବୁଲି ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।