ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଉଦଘାଟିତ
ପାରାଦୀପ : ପାରାଦୀପ ପୋର୍ଟ କ୍ରିକେଟ ଜିଲ୍ଲା ଆନୁକୂଲ୍ୟରେ ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଶନିବାର ଉଦ୍ଘାଟିତ ହୋଇଛି । ଏଥିରେ ପାରାଦୀପର ୯ଟି ଦଳ ବେଥାନୀ କନଭେଣ୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ଡିଏଭି ସ୍କୁଲ ପାରାଦୀପ, ଅରବିନ୍ଦ ଏଜୁକେସନ ସେଣ୍ଟର, ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ରେଡ କମ୍ବାଇନ ସ୍କୁଲ ଓ ଗ୍ରୀନ କମ୍ବାଇନ ସ୍କୁଲ ଭାଗ ନେଇଛନ୍ତି । ଉଦଘାଟନୀ ସମାରୋହରେ ପାରାଦୀପ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶଦାତା ଧର୍ମେନ୍ଦ୍ର ନାଥ ସୋନ୍ଧୀ ମୁଖ୍ୟ ଅତିଥି ଏବଂ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡା.ଦୁର୍ଗା ପ୍ରସାଦ ସେଠୀ ସମ୍ମାନିତଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଦୁଇଟି ଗ୍ରୁପ୍ କରାଯାଇ ସେମାନଙ୍କ ମଧ୍ୟରେ ଲିଗ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏହା ଚଳିତ ଜୁଲାଇ ୧୨ ରୁ ୧୯ ପର୍ଯ୍ୟନ୍ତ ଚାଲିବ । ଏଥିରେ ଦୁଇ ଗ୍ରୁପ ର ବିଜେତା ଟିମ ମଧ୍ୟରେ ଜୁଲାଇ ୨୩ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପାରାଦୀପ ବନ୍ଦର କ୍ରୀଡା ପରାମର୍ଶଦାତା ରବିନ୍ଦ୍ର ଦାସ, ବନ୍ଦର କ୍ରୀଡା ପରିଷଦର ସହ ସମ୍ପାଦକ ଧୂନଚନ୍ଦ୍ର ତରାଇ, କ୍ରିକେଟ ବୈଷୟିକ ସଦସ୍ୟ ଶିଶିର ପତି ପ୍ରମୁଖ ପରିଚାଳନା କରୁଛନ୍ତି ।