ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଉଦଯାପିତ: ରେଡ୍ ଚାମ୍ପିଅନ

 ନବରଙ୍ଗପୁର : ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆନ୍ତଃ ଜିଲ୍ଲା ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏଥିରେ ରେଡ କମ୍ବାଇନ ସ୍କୁଲ ଦଳ ଗ୍ରୀନ କମ୍ବାଇନ୍ ସ୍କୁଲ ଦଳକୁ ୧୦ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ପ୍ରଥମେ ବ୍ୟାଟିଂ କରି ରେଡ କମ୍ବାଇନ୍ ସ୍କୁଲ ୩୧.୫ ଓଭରରେ ଅଲ୍ଆଉଟ୍ ହୋଇ ୨୧୪ ରନ କରିଥିଲା । ଜବାବରେ ଗ୍ରୀନ କମ୍ବାଇନ୍ ସ୍କୁଲ ଦଳ  ନିର୍ଦ୍ଧାରିତ ୪୦ ଓଭର ଖେଳି ଦଳର ୫ ୱିକେଟ ହରାଇ ୨୦୪ ରନ୍ କରିଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସମ୍ମାନିତଅତିଥି ରୂପେ ସଂଘର ସହ ସମ୍ପାଦକ ଏମ.ବାଲା କ୍ରିଷ୍ଣା ରାଓ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସଂଘର ସଭାପତି ଦେବାଶିଷ ପଟ୍ଟନାୟକ, ଉପ ସଭାପତି ଶୁଭେନ୍ଦୁ ବେହେରା କ୍ରୀଡାବିତ୍ଙ୍କୁ ଶୁଭେଛା ଜଣାଇଛନ୍ତି । ସଂଘର  ବରିଷ୍ଠ ସଦସ୍ୟ  ଅଶୋକ ନାୟକ, ଶଶାଙ୍କ ଶେଖର ବେହେରା, ଜିଲ୍ଲା କ୍ରିକେଟ କୋଚ୍ ଜି. ଚନ୍ଦ୍ରଶେଖର, କୁ୍ୟରେଟର ଦୁର୍ଯ୍ୟ ହରିଜନ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।