ହିନ୍ଦୁ ଏକତା ବାହିନୀ ପକ୍ଷରୁ ବିଶାଳ ଶୋଭାଯାତ୍ରା
ନବରଙ୍ଗପୁର: ପବିତ୍ର ମହା ବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ତଥା ପବିତ୍ର ଓଡ଼ିଆ ନବ ବର୍ଷ ଅବସରରେ ନବରଙ୍ଗପୁର ଜିଲ୍ଲା ହିନ୍ଦୁ ଏକତା ବାହିନୀ ତରଫରୁ ନବରଙ୍ଗପୁରଠାରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ଚଳିତ ବର୍ଷ ଚାମୁରିଆଗୁଡା ଠାରୁ ଆରମ୍ଭ ହୋଇ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ପୁଣି ବସ୍ଷ୍ଟାଣ୍ଡ ଭିତରପଟୁ ୟୁ ଟର୍ଣ୍ଣ ଦେଇ ସେହି ରାସ୍ତାରେ ମା’ ଭଣ୍ଡାରଘରଣୀ ମନ୍ଦିର ନିକଟରେ ପହଞ୍ଚିଥିଲା । ଏଥିରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ମହାରାଷ୍ଟ୍ର ୱାର୍କାରୁ ଢୋଲତାସା, ବାରାଣସିରୁ ଅଘୋରୀ ନୃତ୍ୟ ଏହି ଶୋଭାଯାତ୍ରାରେ ନବରଙ୍ଗପୁର ଜିଲ୍ଲା ସମେତ ଜିଲ୍ଲା ବାହାର ଆଖପାଖ ଗ୍ରାମାଞ୍ଚଳ ଏବଂ ନବରଙ୍ଗପୁର ପୌରପାଳିକାର ୨୫ରୁ ଅଧିକ କୀର୍ତନ ମଣ୍ଡଳୀର ମହିଳା ଓ ପୁରୁଷ ଦଳ ଯୋଗ ଦେଇଥିବା ବେଳେ ମହାରାଷ୍ଟ୍ର ୱାର୍କାରୁ ଢୋଲତାସା, ବାରାଣସିରୁ ଅଘୋରୀ ନୃତ୍ୟ, ଅନ୍ଧ୍ରପ୍ରଦେଶର ବିଜୟନଗରରୁ ୫ ଗୋଟି ନୃତ୍ୟ ଗ୍ରୁପ, ଗୋଟିଏ ରଥ, ୩ ଡିଜେ, ୩ଟି ଆଖାଡ ସାମିଲ ହୋଇଥିଲେ । ଜଗଦଲପୁର ଜୟପୁର ଏବଂ ନବରଙ୍ଗପୁରର ଦୁଇଟି ମିଶି ମୋଟ ୫ ଗୋଟି ଶ୍ରୀରାମ ଓ ଶ୍ରୀ ହନୁମାନ ମୂର୍ତ୍ତିର ରଥକୁ ସାମିଲ କରାଯାଇଥିଲା । ସହରର ପ୍ରମୁଖ ଛକ ଗାନ୍ଧୀଛକ, ହନୁମାନ ମନ୍ଦିର ଛକ, ନୂଆଁ ବନ୍ଧ ସାହି ଛକ, ବସଷ୍ଟାଣ୍ଡ ଛକ ଏବଂ ମା' ଭଣ୍ଡାରଘରଣୀ ମନ୍ଦିର ନିକଟ ଭଳି ଅନେକ ସ୍ଥାନରେ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ଶୋଭାଯାତ୍ରାରେ ନବରଙ୍ଗପୁର ସହରର ପୁରାତନ ୩ଟି ଆଖଡ଼ା ମା' ଭବାନୀ ଆଖଡା କେଉଟ ସାହି ଏବଂ ଗୌଡସାହି ଆଖଡା, ସୌରା ସାହି ଆଖଡ଼ା ନିଜ ପାରମ୍ପରିକ ପାଇକ କଳା ପ୍ରଦର୍ଶନ କରିଥିଲେ । ଶୋଭାଯାତ୍ରାର ବିଭିନ୍ନ ଧରଣର ବାଜା ଓ ବାଦ୍ୟଯନ୍ତ୍ରକୁ ସାମିଲ କରାଯିବା ସହ ସହର ସାଜସଜ୍ଜା ପାଇଁ ୪ ଗୋଟି ମନ୍ଦିର ଏବଂ ୫ ଗୋଟି ଗେଟର ନିର୍ମାଣ ହୋଇଥିଲା । ଏହି ୪ ଗୋଟି ମନ୍ଦିରରେ ପ୍ଲାଇ ରେ ତିଆରି ହୋଇଥିବା ୮ ଫୁଟର ଶ୍ରୀରାମ ଓ ହନୁମାନଙ୍କ ପ୍ରତିମୂର୍ତ୍ତି ରହିଥିଲା ରାସ୍ତାର ଦୁଇ ପାର୍ଶ୍ୱରେ ଝଣ୍ଡା ଓ ପୁରା ସହରରେ ଗୈରିକ ପତକା ଲଗାଯାଇଥିଲା । ଆଜିର ଏହି ଶୋଭାଯାତ୍ରାରେ ସହର ତଥା ସହର ଆଖ ପାଖ ଅଞ୍ଚଳରୁ ବିଭିନ୍ନ ସମାଜ,ବିଭିନ୍ନ ସଙ୍ଗଠନ, ସହରର ପୁରୁଷ ଏବଂ ମହିଳା, ଯୁବକ ଏବଂ ଯୁବତୀ ଏବଂ ନବରଙ୍ଗପୁର ଜିଲ୍ଲା ହିନ୍ଦୁ ଏକତା ବାହିନୀର କର୍ମକର୍ତ୍ତା ଶତାଧିକ ସଦସ୍ୟ ସଦସ୍ୟା ଏବଂ ଜନ ସାଧାରଣ ମିଶି ପାଖାପାଖୁ ୩୦ହଜାରରୁ ଉର୍ଦ୍ଧ୍ୱ ଯୋଗ ଦେଇଥିଲେ । ନବରଙ୍ଗପୁର ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା, ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ କୁମାର ବେହେରା ପ୍ରମୁଖଙ୍କ ସମେତ ବହୁ ପୋଲିସ କର୍ମଚାରୀ, ଅଧିକାରୀ ଏବଂ ବହୁ ପୁରୁଷ ଓ ମହିଳା କନେଷ୍ଟବଳ, ହୋମଗାର୍ଡ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।