ଆନ୍ତଃସ୍କୁଲ ଚେସ୍ ପ୍ରତିଯୋଗିତା: ଜାଅାଁଳା ଭାଇ ଚାମ୍ପିଅନ ଓ ରନର୍ସ ଅପ୍


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : କଟକ ଏସ୍ଆରଚେସ୍ ଚେଣ୍ଟର ଆନୁକୁଲ୍ୟରେ ଫୁଲନଖରା ସ୍ଥିତ ଗ୍ରାଣ୍ଡ ବଜାର ପରିସରରେ ଆୟୋଜିତ ପ୍ରଥମ ଗ୍ରାଣ୍ଡ ମିନି ସିଟି ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ଯାଜପୁରର ଦୁଇ ଜାଅାଁଳା ଭାଇ ପ୍ରିୟାଂଶ ଦାସ ଓ ଶ୍ରିୟାଂଶ ଦାସ ଯଥାକ୍ରମେ ଚାମ୍ପିଅନ ଓ ରନରସପ ହୋଇ ୧୫,୦୦୦ ଟଙ୍କା କିଙ୍ଗ୍ ଟ୍ରଫି ଓ ୧୦,୦୦୦ ଟଙ୍କା କୁଇନ ଟ୍ରଫି ମୁଖ୍ୟ ଅତିଥି ମାନ୍ୟବର ବିଚାରପତି ଓଡ଼ିଶା ହାଇକୋର୍ଟ ଭି. ନରସିଂହ ଠାରୁ ଗ୍ରହଣ କରିଛନ୍ତି । ୫୦ ଜଣ ଫିଡେ ରେଡେଡ ଖେଳାଳୀ ଓ ୬୦ ଜଣ ବାଳିକା ପ୍ରତିଯୋଗୀଙ୍କ ସହ ରେକର୍ଡ ୧୦୦ ରୁ ଉର୍ଦ୍ଧ ସ୍କୁଲର ୨୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିବା ଏହି ପ୍ରତିଯୋଗୀତାରେ ଅଷ୍ଟମ ରାଉଣ୍ଡ ଅର୍ଥାତ ଶେଷ ରାଉଣ୍ଡରେ ପ୍ରଥମ ଟେବୁଲରେ ଉଭୟ ଭାଇଙ୍କ ମଧ୍ୟରେ ଏକ ସଘର୍ଷପୂର୍ଣ୍ଣ ଖେଳରେ ପ୍ରିୟାଂଶ ନିଜଠାରୁ ଅଧ ପଏଣ୍ଟ ଅଗ୍ରଣୀ ଥିବା ଭାଇ ଶ୍ରୀୟାଂଶଙ୍କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ । ଶ୍ରୀୟାଂଶ ପରାଜୟ ସତ୍ତେ ଚେସ୍ର ବୁକଲୋଜ ନିୟମ ପ୍ରଣାଳୀରେ ୨ୟ ସ୍ଥାନ ଲାଭ କରିଥିଲେ । ସେହିପରି ୫ମ ବୋର୍ଡରେ କେନ୍ଦ୍ରାପଡାର ଉଦୟମାନ ଖେଳାଳୀ ଆୟୁଶ ଆରଣ ମହାପାତ୍ର ଭୁବନେଶ୍ୱରର ମନୀଷ ମିଶ୍ରଙ୍କୁ ପରାସ୍ତ କରି ତୃତୀୟ ସ୍ଥାନ ଲାଭ ସହ ୭,୦୦୦ ଟଙ୍କା ଓ ଟ୍ରଫି ଲାଭ କରିଥିଲେ ସମାନ ୭ ପଏଣ୍ଟରେ ଚତୁର୍ଥ ସ୍ଥାନରେ ଲଳିତ ରଞ୍ଜନ ସାହୁ କଟକ, ପଞ୍ଚମରେ ସାନ୍ତାନୁ ବରାଳ ପୁରୀ, ଷଷ୍ଠରେ ପ୍ରତ୍ୟାଶା ଜେନା କଟକ ଓ ୬.୫ ପଏଣ୍ଡ ସହ ସପ୍ତମରେ ସାଇ ଶକ୍ତି ପଣ୍ଡା କଟକ, ଅଷ୍ଟମରେ ଶ୍ରୀହନ ସାବତ ଗଞ୍ଜାମ, ନବମରେ ରୋହିତ ମଲ୍ଲିକ ଖୋର୍ଦ୍ଧା ଓ ଦଶମ ସ୍ଥାନରେ ଥିଲେ ଆର୍ଯ୍ୟନ ବେହେରା ଯାଜପୁର । ଦଳଗତ ସ୍କୁଲ ପ୍ରତିଯୋଗିତାରେ ବ୍ରହ୍ମପୁରର ଡି ପଲ ସ୍କୁଲ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ୩୦୦୦ ଟଙ୍କା ଓ କିଙ୍ଗ୍ ଟ୍ରଫି ଜିତିଥିବା ବେଳେ କଟକର ପିଏମଶ୍ରୀ କେଭି ରନରସପ୍ ଆଖ୍ୟା ଅର୍ଜନ କରି ୧୫୦୦ ଟଙ୍କା ସହ କୁଇନ ଟ୍ରଫି ଲାଭ କରିଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚେସ୍ ଖେଳର ବିଭିନ୍ନ ମୌଳିକ ଦିଗ ଓ ଏହାର ଉପକାରୀତା ଉପରେ ନିଜର ଅଭିଭାଷଣ ବ୍ୟକ୍ତ୍ୟ କରିଥିଲେ । ଏସ୍ଆର ଚେସ୍ ସେଣ୍ଟରର ସଭାପତି ସୁଭାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉସôବରେ ଓଡ଼ିଶାର ପ୍ରଥମ ଗ୍ରାଣ୍ଡ ମାଷ୍ଟର ଦେବାଶିଷ ଦାସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ପୂର୍ବତନ ଜାତୀୟ ଚେସ୍ ମହା ସଂଘର ଯୁଗ୍ମ ସମ୍ପାଦକ ତଥା ଆୟକର ଅଧିକାରୀ ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବରେ, ରାଜ୍ୟ ଚେସ୍ ସଂଘର ସଭାପତି ଜି ସି ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାଣ୍ଡ ବଜାରର ମ୍ୟାନେଜିଂଙ୍ଗ ଡାଇରେକ୍ଟର ଆଶିଷ ଗର୍ଗ ଓ ତାଙ୍କର ସହଧର୍ମଣୀ ସ୍ନେହା ଗର୍ଗ ଉପସି୍ଥତ ଥିଲେ । ଏସ୍ ଆର ଚେସ୍ ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଖେଳକୁ ଆର୍ନ୍ତଃଜାତୀୟ ଆରବିଟର ସୁରେଶ ଚନ୍ଦ୍ର ସାହୁ ଫିଡେ ଆରବିଟର ପିଙ୍କି ମହାପାତ୍ର ଓ ଚେସ୍ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକ, ମନୋଜ କୁମାର ରାୟ, ସୁରୋଜ ମହାରଣା, ଅନିମେଶ ରାୟ ପ୍ରଭୃତି ପରିଚାଳନା କରିଥିଲେ ।