ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ

 ନବରଙ୍ଗପୁର: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପ-ନିବନ୍ଧକ ସମବାୟ ସମିତି ସମୂହ, ନବରଙ୍ଗପୁର ବିଭାଜନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ସଭାରେ ନବରଙ୍ଗପୁର ବିଧାୟକ ପ୍ରତିନିଧି, କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସଦସ୍ୟ ଶ୍ରୀଯୁକ୍ତ ଭୀମ ହରିଜନ, ଉପ-ନିବନ୍ଧକ ସମବାୟ ସମିତି ସମୂହ, ନବରଙ୍ଗପୁର ବିଭାଜନ ଭୀମସେନ ସାହୁ,  ଦେବରାଜ ନାଗ, ଯୁବ-ସମବାୟ ବିତ, ସହକାରୀ-ନିବନ୍ଧକ ସମବାୟ ସମିତି ସମୂହ, ନବରଙ୍ଗପୁର ମଣ୍ଡଳ ଶ୍ରୀଯୁକ୍ତ ଶିବ ଶଙ୍କର ପ୍ରଧାନ ଯୋଗଦେଇ ସମବାୟ ସମୃଦ୍ଧି ରେ ମହିଳାଙ୍କୁ ସଶକ୍ତିକରଣ କରିବାରେ ସମବାୟର  ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ  ।  କପିଳେନ୍ଦ୍ର ଶାସମଲ,  ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ନବରଙ୍ଗପୁର ସଭା ପରିଚାଳନା କରିଥିବା ବେଳେ ନିମାଇ ଚରଣ ନାୟକ, ଉପ- ସହକାରୀ-ନିବନ୍ଧକ ସମବାୟ ସମିତି ସମୂହ ଏବଂ କେଶବ ଚନ୍ଦ୍ର ନାୟକ, ଉପ- ସହକାରୀ-ନିବନ୍ଧକ ସମବାୟ ସମିତି ସମୂହ ଉପ ସହକାରୀ ନିବନ୍ଧକ ସଭା ଆୟୋଜନର ସାମଗ୍ରିକ ସହଯୋଗ କରିଥିଲେ  ।  ଶେଷରେ ବିଭିନ୍ନ କ୍ଷେତ୍ରରେ ଉକôର୍ଷତା ଲାଭ କରିଥିବା ସାତଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଆର୍ଥିକ ପୁରସ୍କାର ପ୍ରଦାନ ସହ ସମ୍ମାନିତ କରଯାଇଥିଲା  ।