ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ସମ୍ବର୍ଦ୍ଧନା


 ଭଣ୍ଡାରିପୋଖରୀ: ନବନିର୍ବାଚିତ ସରକାରରେ ଭଦ୍ରକ ଜିଲ୍ଲାରୁ ମନ୍ତ୍ରୀପଦ ପାଇଥିବା ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଶନିବାର ଭଦ୍ରକ ଗସ୍ତ ଅବସରରେ ଆଖୁଆପଦା ଓ ଛତାବରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶନିବାର ଭଣ୍ଡାରିପୋଖରୀ  ବିଜେପି ପକ୍ଷରୁ ଉଚ୍ଚଶିକ୍ଷା, କ୍ରୀଡା  ଯୁବ ବ୍ୟାପାର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଖୁଆପଦା, ଛତାବର ଟୋଲ ଗେଟ ଓ ଧାମନଗର ଛକ ନିକଟରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ, ବିଜେପି ନେତା ସୁଧାଂଶୁ ନାୟକ, ନର ନାରାୟଣ ପରିଡା, ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ଆନନ୍ଦ ଓଝା, ପ୍ରଦୀପ ସାହୁ, ପଦ୍ୟୁମ୍ନ ସେନାପତି, ରାଜେଶ ବିଶ୍ୱାଳ, ସତ୍ୟଜିତ ରାଉତ, ସରପଞ୍ଚ ପ୍ରମୋଦ ଜେନା, ରଞ୍ଜନ ପରିଡା, ଯୁବନେତା ସାଗର ଲେଙ୍କା, ଅମୂଲ୍ୟ ନନ୍ଦ, ଅଜୟ ରାଉତ, ବିବେକାନନ୍ଦ ସାହୁଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।