ଟସର ଚାଷୀ ହେଉଛନ୍ତି ସ୍ୱାବଲମ୍ବୀ : ୪୫ ଦିନରେ ୩୦ ହଜାର ଆୟ

ସୁକିନ୍ଦା : ସୁକିନ୍ଦା ଅଂଚଳର ଟସର ଚାଷୀ ଟସର ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତିି । ଜିଲାଖଣିଜ ପ୍ରତିଷ୍ଠାନ ଓ ସହକାରୀ ରେଶମ ଶିଳ୍ପ ନିଦେ୍ର୍ଦଶକ ଢ଼େଙ୍କାନାଳର ତତ୍ୱାବଧାନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ୮ଜଣ ଟସର ଚାଷୀ କରି ୪୫ଦିନ ମଧ୍ୟରେ ଜଣକ ପିଛା ୩୦ହଜାର ଟଙ୍କା ରୋଜଗାର କରିପାରିଛନ୍ତି । ୨୦୨୨ମସିହା ଠାରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଏକ ସ୍ୱତନ୍ତ୍ର ପରିଯୋଜନା ଦ୍ୱାରା ଟସର ଚାଷର ଅଭିବୃଦ୍ଧି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଯୋଜନାରେ ଇଚ୍ଛାପୁର ଗ୍ରାମସ୍ଥିତ ବିହନ ଉତ୍ପାଦନ କେନ୍ଦ୍ର ପରିସରରେ ଅଶନ ଓ ଅର୍ଜୁନ ଗଛକୁ ବ୍ୟବହାର କରି ଇଚ୍ଛାପୁର ଗ୍ରାମର ୮ଜଣ ଚାଷୀ ଟସର ଚାଷ ଆରମ୍ଭ କରିଥିଲେ । ପ୍ରତିବର୍ଷ ଏହି ଚାଷୀ ବର୍ଷକୁ ଦୁଇଥର ଟସର ଚାଷ କରି୧ଲକ୍ଷ ଟଙ୍କା ଉପାର୍ଜନ କରିପାରୁଛନ୍ତି । ଚଳିତବର୍ଷ ପ୍ରଥମେ ଟସର ବିହନ ଚାଷ ପାଇଁ୧୫୬୬ରୋଗମୁକ୍ତ ଅଣ୍ଡା ନେଇ ୮୫୨୮୦ଟସର କୋଷା ଅମଳ କରିଛନ୍ତି । ଏହି ଟସର କୋଷାକୁ ଟସର ସମବାୟ ସମିତି ରେ ବିକ୍ରୀକରି ୨ଲକ୍ଷ୭୭ହଜାର ଟଙ୍କା ଉପାର୍ଜନ କରିଛନ୍ତି । ଏହି ବିହନ କୋଷାରୁ ଅଣ୍ଡା ପ୍ରସ୍ତୁତ କରି ୫୩ଜଣ ଚାଷୀଙ୍କୁ ଦ୍ୱିତୀୟ ବିହନ ଚାଷ କରିବା ପାଇଁ ରୋଗମୁକ୍ତ ଅଣ୍ଡା ଉପଲବ୍ଧ କରାଯାଇଛି । ଟସର ଚାଷ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବା ବେଳେ ଟସର ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଚାଷୀ ମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରାଯାଉଛି । ଏବେ ସୁକିନ୍ଦାର ଟସର ଚାଷୀ  ଅନ୍ୟ ରାଜ୍ୟର ଚାଷୀ ମାନଙ୍କ ଠାରୁ ଅଧିକ ଟସର କୋସା ଅମଳ କରି ସ୍ୱାବଲମ୍ବୀ ହେବାସହ ଅନ୍ୟ ଚାଷୀ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।