ପୀଡ଼ିତ ପରିବାରକୁ ଭେଟିଲେ ସାଂସଦ
ହିନେ୍ଦାଳ : ହିନେ୍ଦାଳ ବ୍ଲକ୍ ନୂଆବଗ ପଞ୍ଚାୟତ ସରାସିଂହ ଗ୍ରାମର ପୀଡ଼ାତା ଶିଶୁ ପରିବାରକୁ ଭେଟି ଶିଶୁର ଭଲ ମନ୍ଦ ପଚାରି ବୁଝିଛନ୍ତି ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି । ଏ ନେଇ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରି ଦୋଷୀକୁ କଠୋର ଦଣ୍ଡବିଧାନ ସହ ପିଡ଼ିିତାଙ୍କ ପରିବାର ସଂପର୍କରେ ଆଲୋଚନା କରିଛନ୍ତି । ପିଡ଼ିତା ଶିଶୁ ପରିବାରକୁ ଆର୍ଥିକ ସହଯୋଗ ମଧ୍ୟ ଯୋଗାଇ ଦିଆଯାଇଛି । ଏହାପରେ ନିକଟସ୍ଥ ବାଘଧରିଆ ଗ୍ରାମରେ ହାତୀ ଆକ୍ରମଣରେ ମୃତ ସ୍ୱର୍ଗତ ବିପିନ ଗଡ଼ନାୟକଙ୍କ ପରିବାରକୁ ଭେଟିବା ସହ ସରକାରୀ ସୁବିଧା ଯୋଗାଇବା ନିମନ୍ତେ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମୃତକଙ୍କ ପରିବାରକୁ ଆର୍ଥିକ ସହଯୋଗ କରିଛନ୍ତି । ଏହି ଅବସରରେ ପାଳଚକଡ଼ା ସରସାହିରେ ନୂତନ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ସେଠାକାର ସ୍ଥାନୀୟ ଜନସାଧାରଣ ଏବଂ ଆମେରିକାର ସର ଦମ୍ପତିଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତରେ ସାଂସଦଙ୍କ ପ୍ରତିନିଧି ସୁଶାନ୍ତ ପତି, ବ୍ଲକ୍ ଉପାଧ୍ୟକ୍ଷ ବରୁଣ ସର, ବିଜେପି ନେତା ଭାସ୍କର ନାୟକ, ତପନ ମହାପାତ୍ର, ମନୋଜ ପଟ୍ଟନାୟକ, ପ୍ରେମାନନ୍ଦ ପଟ୍ଟନାୟକ, ପ୍ରବୋଧ ପ୍ରଧାନ, ଲିଙ୍ଗରାଜ ସାହୁ, ବିଷ୍ଣୁ ସାହୁ, ବିଭୁତି ମାଝୀ, ଗିରିଶ ସେଠୀ, ଆଲୋକ ଚିନାରା, ଧରଣିଧର ପାଳ, ଦୁଷ୍ମନ୍ତ ନାଏକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।