ଶିକ୍ଷକ ପ୍ରଶିକ୍ଷଣ ଶିବିର
ଢେଙ୍କାନାଳ: ସଦର ବ୍ଲକ୍ ଅନ୍ତର୍ଗତ ବାଲ୍ୟମ୍ବା ଉ.ପ୍ରା ବିଦ୍ୟାଳୟ ଠାରେ ଏକ ତ୍ରିଦବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୌଳିକସ୍ତରରେ ବିକାଶାତ୍ମକ ଲକ୍ଷ୍ୟ ଓ ଶିକ୍ଷଣ ଦକ୍ଷତା, ଯାଦୁପେଡି, ଭାଷା ଶିକ୍ଷଣର ସନ୍ତୁଳିତ ପନ୍ଥା, ବିଭିନ୍ନ ଶିକ୍ଷଣ କିଟ୍ର ବ୍ୟବହାର, ବହୁଶ୍ରେଣୀ ପରିସ୍ଥିତିରେ ଭାଷା ଓ ଗଣିତ ଶିକ୍ଷାଦାନର ନମୁନା ପ୍ରଦର୍ଶନ, ମୌଳିକ ସଂଖ୍ୟା ଜ୍ଞାନର କୌଶଳ, ପାଠ୍ୟ ଯୋଜନା ପ୍ରସ୍ତୁତି ଓ ଉପସ୍ଥାପନ ଆଦି ବିଷୟରେ ବିଷଦ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସଦର ବିଆର୍ସିସି ଦେବବ୍ରତ ନାଥ ଶିବିର ପରିଦର୍ଶନ କରି ତାଲିମ୍ପ୍ରାପ୍ତ ଜ୍ଞାନକୁ ଶିକ୍ଷକଶକ୍ଷୟିତ୍ରୀମାନେ ନିଷ୍ଠାର ସହିତ ଶ୍ରେଣୀ ପ୍ରକୋଷ୍ଠରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ନୃସିଂହ ଚରଣ ପତି, ଦିଲ୍ଲୀପ କୁମାର ପଣ୍ଡା ଓ ସିଆର୍ସିସି ପ୍ରଶାନ୍ତ କୁମାର ବେହେରା ସାଧନକର୍ମୀ ଭାବେ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ । ସିଆର୍ସିସି ନୃସିଂହ ଚରଣ ବେହେରା ଓ ଅର୍ଜୁନ ନାୟକ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଅନୁରୂପ ଭାବେ କାଇମାଟି ଉ.ପ୍ରା ବିଦ୍ୟାଳୟ, ସିଆରିଆ ଉ.ପ୍ରା ବିଦ୍ୟାଳୟ ଓ ବଳରାମ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।