ରେଜେଙ୍ଗଲା କଳସ ଶୋଭାଯାତ୍ରାକୁ ସ୍ୱାଗତ
ଏରସମା: ଏରସମା ବ୍ଲକ ଯାଦବ ମହାସଭା ତରଫରୁ ରେଜେଙ୍ଗଲା କଳସ ଶୋଭାଯାତ୍ରାକୁ ଏରସମା ମାଟିରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଓ ଉକôଳ ଯାଦବ ମହାସଭା ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବିହାରର ଚମ୍ପାରଣରୁ ଆରମ୍ଭ ହୋଇ ସମଗ୍ର ଭାରତ ପରିକ୍ରମା କରୁଥିବା ପବିତ୍ର ରେଜେଙ୍ଗଲା ମାଟି କଳସ ଯାତ୍ରା ଆଜି ଜଗତସିଂହପୁର ଜିଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ୧୯୬୨ ମସିହାର ଚୀନ୍ ଭାରତ ଯୁଦ୍ଧ ସମୟରେ ସହିଦ ହୋଇଥିବା ୧୨୦ ଜଣ ଭାରତୀୟ ସୈନିକ ସମସ୍ତେ ଅହିର ଯାଦବ ୩୦୦୦ରୁ ଅଧିକ ଚୀନ ସୈନିକଙ୍କ ସାମ୍ନା କରିବା ସହିତ ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ରେଜେଙ୍ଗଲା ପର୍ବତ ପଛକୁ ସଫଳତାର ସହିତ ରକ୍ଷା କରିଥିଲେ । ଏହି ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ସେହି ରେଜେଙ୍ଗଲା ମାଟିରୁ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଛି ।