ପିଏମଶ୍ରୀ ପିଏସଏସ ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ
ତିହିଡି : ପିଏମଶ୍ରୀ ଯୋଜନାରେ ଅର୍ନ୍ତଭୁକ୍ତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଏକମାତ୍ର ହାଇସ୍କୁଲ ଦୌଲତପୁର ପଞ୍ଚାୟତ ଅଧିନ ଚନ୍ଦ୍ରକାଟବିନ୍ଧାସ୍ଥିତ ପୀରହାଟ ଶାନ୍ତି ଶୈଳେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୋଦିନୀ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଡିଓ ନିରଞ୍ଜନ ବାରିକ, ମୁଖ୍ୟ ବକ୍ତାଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ନାୟକ, ସମ୍ମାନୀତ ଅତିଥିଭାବ ସରପଞ୍ଚ ପ୍ରଭାତ କୁମାର ମିଶ୍ର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମାଝୀ, ଏସଏମସି ସଭାପତି ରାମଚନ୍ଦ୍ର ଦାସ, ବରେଣ୍ୟ ଅତିଥି ଭାବେ ଅନ୍ୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପତି, ସମରେନ୍ଦ୍ର ମିଶ୍ର, ପ୍ରଶାନ୍ତ ମିଶ୍ର ଓ ଭକ୍ତବନ୍ଧୁ ପତି, ପୂର୍ବତନ ଶିକ୍ଷକ ହରେକୃଷ୍ଣ ମହାକୁଡ, ପୂରାତନ ଛାତ୍ର ତଥା ଶିକ୍ଷକ ମଥୁରାମୋହନ ବେହେରା, ସମାଜସେବୀ ହିମାଦ୍ରୀ ମିଶ୍ର ଓ ସନାତନ ମିଶ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଅଭିଭାବକମାନେ ସ୍କୁଲର ଉନ୍ନତି କଳ୍ପେ ସହଯୋଗ କରିବାକୁ ନିବେଦନ କରିଥିଲେ । ଶିକ୍ଷକ ଜୟନ୍ତ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ବନ୍ଦନା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗିମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି ଅବସରରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ୫୬୦ ନମ୍ବର ରଖି ଏ-ୱାନରେ ଉତିର୍ଣ୍ଣ ହୋଇଥିବା ବିଦ୍ୟାଳୟର ଛାତ୍ର ରଜନୀକାନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରଶ୍ମିତା ଧନି, କରିସ୍ମା ମାଝୀ, ପ୍ରଭାତୀ ସିଂ, ସୁଶ୍ରୀ ସଂଗୀତା ପାଣିଗ୍ରାହୀ, କ୍ଷୀରପ୍ରଭା ମହାନ୍ତି, ମନସ୍ୱିନୀ ମହାନ୍ତି, ଶୁଭଶ୍ରୀ ବାରିକ, ପରମେଶ୍ୱର ସାହୁ, ଲୀଜାରାଣୀ ବେହେରା ଓ ମଧୁସ୍ମିତା ପାଣି ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଶିକ୍ଷାକର୍ମୀ ମୁକ୍ତିକାନ୍ତ ନାୟକ, ପ୍ରଦୀପ ବଳ, ଚକ୍ରଧର ଗାହାଣ ଓ ପରି·ଳନା କମିଟିର ସଭ୍ୟ/ସଭ୍ୟା ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ । ଏଠାରେ ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ରାଇଜିଂ ଇଣ୍ଡିଆ ପକ୍ଷରୁ ଏହି ପିଏଶ୍ରୀ ଯୋଜନାରେ ରାଜ୍ୟରେ ୪ ହଜାର ସ୍କୁଲ ଅର୍ନ୍ତଭୁକ୍ତ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ୧୧ଟି ଏବଂ ତିହିଡି ବ୍ଲକରେ ଏକମାତ୍ର ଏହି ହାଇସ୍କୁଲକୁ ସାମିଲ କରାଯାଇଛି । ବିଶେଷଭାବେ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ଆଧୁନିକ ପଦ୍ଧତୀରେ ଶିକ୍ଷାଦାନ କରାଗଲେ ଛାତ୍ରଛତ୍ରୀମାନଙ୍କ ମଧ୍ୟରେ ବୌଦ୍ଧିକ ବିକାଶ ହୋଇପାରିବ ବୋଲି ଏହି ଯୋଜନାର ମୂଳ ଲକ୍ଷ୍ୟ ରହିଛି । ଗତ ଏପ୍ରିଲ ୧୧ ତାରିଖରେ ଏହି ଯୋଜନାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଇଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଖେଳ ହୋଇଥିଲା ।