ଆଭ୍ୟନ୍ତର ଅଭିଯୋଗ : କମିଟିର ସଚେତନତା କାର୍ଯ୍ୟକ୍ରମ
ବରୀ : ବରୀ-ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟର ପରିସରରେ ଆଭ୍ୟନ୍ତର ଅଭିଯୋଗ କମିଟି ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଭାକର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ରବିନ୍ଦ୍ର କୁମାର ଦାସ ସଞ୍ଚାଳନ କରିଥିଲେ । ଓଡିଶା ଉଚ୍ଚ ଶିକ୍ଷା ବିଭାଗର ନୀତି ଓ ନିଦେ୍ର୍ଦଶନାମାକୁ ଭିତିକରି ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ହୋଇ ପାଠ ପଢିବା ସହିତ ଆତ୍ମ ସୁରକ୍ଷା ନିମିତ ବିଭିନ୍ନ ଦିଗ ଉପରେ ଶ୍ରୀଯୁକ୍ତ ଦାସ ଆଲୋକପାତ କରିଥିଲେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ସଂସ୍କୃତ ବିଭାଗର ଅଧ୍ୟାପିକା ଅନାମିକା ମିଶ୍ର କମିଟିର ଉଦେ୍ଦଶ୍ୟ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ଓଡିଆ ଭାଷା ସାହିତ୍ୟ ବିଭାଗୀୟ ଅଧ୍ୟାପିକା ସୁଧାଂଶୁବାଳା ସ୍ୱାଇଁ ଶୃଙ୍ଖଳିତ ଓ ନିରାପତ୍ତା ଜୀବନ ଶୈଳୀ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କମିଟିର ଅନ୍ୟତମ ସଦସ୍ୟା ଇଂରାଜୀ ଅଧ୍ୟାପିକା ଶୁଶ୍ରୀ ସଂଗୀତା ଜେନା ନାରୀ ଶସକ୍ତି କରଣ, ଛାତ୍ରୀ ମାନଙ୍କର ଆଭ୍ୟନ୍ତରୀଣ ଅଭିଯୋଗକୁ ଉପସ୍ଥାପନା କରିବା ପାଇଁ ବିଭିନ୍ନ ମାଧ୍ୟମ ଓ ଦିଗ ଉପରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ ଅଯଥା ସମୟ ନଷ୍ଟ ନକରି କଲେଜ କ୍ୟାମ୍ପସରେ ଶୃଙ୍ଖଳିତ ଓ ନୀତିବାନ ହୋଇ ବିଦ୍ୟା ଅଧ୍ୟୟନ ନିମିତପରାମର୍ଶ ପ୍ରଦାନ କରିଥିଲେ । ଇତିହାସ ବିଭାଗ ଅଧ୍ୟାପକ ହିମାଂଶୁ ଶେଖର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।