ଦୁର୍ଘଟଣାରେ ରୋଷେୟା ମୃତ 

 ବାଲିଅନ୍ତା : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦୟାସେତୁ ନିକଟରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ରୋଷେଇଆଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତ ରୋଷେଇଆ ହେଲେ ଧଉଳି ଥାନା ବସନ୍ତପୁରଶାସନ ଗ୍ରାମର ଅପର୍ତ୍ତୀ ଦାଶ । ଖବରନେବାରେ ଜଣାପଡିଛି ଅପର୍ତ୍ତୀ ଓ ତାଙ୍କ ପୁତୁରା ମନୋରଞ୍ଜନ ଦୁହେଁ ହୀରାପୁର ଗ୍ରାମରୁ ଏକ ବିବାହ ଭୋଜି ସାରି ଏକ ମୋଟରସାଇକଲ ଯୋଗେଁ ଘରକୁ ଯାଉଥିଲେ । ରାତିରେ ଦୟାସେତୁ ନିକଟରେ ଏକ ଷଣ୍ଡ ମୋଟରସାଇକଲ ଯୋଗେଁ ଆସିଯିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଫଳରେ ପଛରେ ବସିଥିବା ଅପର୍ତ୍ତୀ ଓ ମନୋରଞ୍ଜନ ଛିଟିକ ପଡିଥିବା ବେଳେ, ଡିଭାଇଡରରେ ଅପର୍ତ୍ତୀଙ୍କ ମୁଣ୍ଡ ମାଡ ହୋଇଯାଇଥିଲା ।  ଗୁରୁତର ଅବସ୍ଥାରେ ଧଉଳି ରାତ୍ରକାଳୀନ ପଇଁତରା ଗାଡି ଉଭୟଙ୍କୁ ନିକଟସ୍ଥ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅପର୍ତ୍ତୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି ।