ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ
ଆସିକା: ଆସ୍କା ବ୍ଲକ ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି । ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ନୂତନ ଭାବରେ ନବାଗତ ଛାତ୍ରଛାତ୍ରୀଙ୍କ ଆଗମନ ହୋଇଛି । ତେଣୁ ସେମାନଙ୍କୁ ଅନୁଷ୍ଠାନର ବିଭିନ୍ନ ନୀତି ନିୟମ ସହ ଅନୁଷ୍ଠାନରେ ସେମାନଙ୍କୁ ସର୍ବାଙ୍ଗୀନ ସୁରକ୍ଷା ପ୍ରଦାନ ନିମନ୍ତେ ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ଗଠନ କରାଯାଇଛି ବୋଲି ସବିଶେଷ ସୂଚନା ଦିଆଯାଇଛି ।ସରକାରଙ୍କ ନିଦେ୍ର୍ଦଶାନୁସାରେ ଏହି ସମିତିରେ ଅନୁଷ୍ଠାନର ଓ ଅନୁଷ୍ଠାନ ବାହାରର କିଛି ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଧ୍ୟାପକ ଅଭିଷେକ ବେହେରା, ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ ଓ ସୁଶ୍ରୀ ସୁଜାତା ସିଂ, ମୁଖ୍ୟ କିରାଣୀ ପଦ୍ମିନୀ ମହାରଣା, ଛାତ୍ରୀ ପୂର୍ଣ୍ଣିମା ବିଶ୍ୱାଳ, ଛାତ୍ରୀ ଅଙ୍କିତା ବିଷୋୟୀ ଏବଂ ସମାଜସେବୀ ସୁଶ୍ରୀ ଭବାନୀ ପାଣିଗ୍ରାହୀ ପ୍ରମୁଖ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଅଭିଷେକ ବେହେରା, ବିତ୍ତୀୟ ଅଧିକାରୀ ରୁଦ୍ରମାଧବ ମହାନ୍ତି, ଶୈକ୍ଷିକ ଅଧିକାରୀ ଡ଼କ୍ଟର କୁନା ସୁନା, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ସିଲୁ ସେଠୀ ଓ ଅନ୍ୟାନ୍ୟ ଅଧ୍ୟାପକ ଉପସ୍ଥିତ ରହିଥିଲେ ।