‘ଆମ କଳିକା’ କେନ୍ଦ୍ର ଉଦ୍ଘାଟିତ

କପ୍ତିପଦା: କପ୍ତିପଦା ବ୍ଲକରେ ‘ଆମ କଳିକା’ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସହାୟତାରେ ଆଇଏମଟିଏସ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ କପ୍ତିପଦା ବ୍ଲକର ୨୬ଗୋଟି ଗ୍ରାମ ପଞ୍ଚାୟତର ମୋଟ ୭୨ଟି ଆମ କଳିକା କେନ୍ଦ୍ର(କ୍ରେଚ୍) ସିଡିପିଓ ଦିପ୍ତିମୟୀ ପୋଥାଳଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ କବିତା ଉଗ୍ରସେଣ୍ଡି, ସରପଞ୍ଚ ମମତା ପରିଡା, ଶାନ୍ତିଲତା ନାଏକ, ସରସ୍ୱତୀ ସିଂ, କୁନିମଣି ଗିଲୁଆ ତଥା ସୁପରଭାଇଜର ବୃନ୍ଦ, ଆଭା ଦିଦି ଓ ସାମ୍ବାଦିକ ସୁଶାନ୍ତ ମହାନ୍ତି ଏବଂ ଆଇଏମଟିଏସର କପ୍ତିପଦା ବ୍ଲକ କ୍ରେଚ୍ ମ୍ୟାନେଜର ତଥା ସୁପରଭାଇଜର ସୂର୍ଯ୍ୟନାରାୟଣ ସିଂହବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ଖଣି ଅଞ୍ଚଳ ବିକାଶ ନିଗମ ଓ ଜିଲ୍ଲା ସମାଜ ମଙ୍ଗଲ ବିଭାଗର ଆର୍ଥôକ ଅନୁଦାନରେ ୬ ମାସରୁ ୩ ବର୍ଷ ବୟସର ଶିଶୁମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ନିମନ୍ତେ ଉକ୍ତ କାର୍ଯ୍ୟକ୍ରମ କରାଯାଉଛି ।