ଅଗ୍ନି ବିପନ୍ନଙ୍କୁ ସହାୟତା
ରାଜନଗର: ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋହ୍ଲା (ଚଡଦିଆ) ଗ୍ରାମର ରାଜକିଶୋର ନାୟକଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଖବରପାଇ ସ୍ୱେଛାସେବୀ ସଙ୍ଗଠନ ଓଡିଶା ସାଇନ ଫାଉଣ୍ଡେସନର କର୍ମକର୍ତ୍ତା ନିହାର ରଞ୍ଜନ ବିଶ୍ୱାଳ, ତପନ ମହାନ୍ତି, ପ୍ରତାପ ନାୟକ, ହରେକୃଷ୍ଣ ପାତ୍ର, ପ୍ରଦୁ୍ୟମ୍ନ ପାତ୍ର, ସୌମ୍ୟରଞ୍ଜନ ମହାନ୍ତି ପ୍ରମୁଖ ବିପନ୍ନ ପରିବାର ନିକଟରେ ପହଞ୍ଚô ସମବେଦନା ଜଣାଇଥିଲେ । ଅଗ୍ନିକାଣ୍ଡର କାରଣ ପଚାରି ବୁଝିବା ସହ ପାଲ, ବାସନ ସେଟ ଓ ମାସକର ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।