ସାହିତ୍ୟ ମହୋତ୍ସବ ଉଦ୍ୟାପିତ : ୩୦ଜଣ ସାହିତି୍ୟକ ସମ୍ମାନିତ

 ସାଲେପୁର: ସାଲେପୁର ହାଇସ୍କୁଲ ଅଡିଟୋରିୟମ୍ ହଲଠାରେ ଚତୁର୍ଥ ସାହିତ୍ୟ ମହୋତ୍ସବ ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଉଦ୍ଘାଟନ କରିବା ସହ ଏହି ମାଟି ସାହିତ୍ୟର ମାଟି, ଏହି ମାଟି ପାଇଁ ଆମ୍ଭେମାନେ ଗର୍ବିତ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତି୍ୟକ ପ୍ରଫେସର ଡଃ ପାର୍ଥସାରଥୀ  ଅଜୟ ବାରିକ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ରୂପେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋପରେଟିଭ୍ ସୋସାଇଟିର ସଭାପତି ବିଶିଷ୍ଟ ସମବାୟବିତ୍ ପ୍ରମୋଦ କୁମାର ସାହୁ,  ବିଶିଷ୍ଟ ବକ୍ତା ସୁସାହିତି୍ୟକ ଡଃ ଗୋବିନ୍ଦ ଭୂୟାଁ, ସମ୍ମାନିତ ଅତିଥି ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଗୀତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସାଲେପୁର ସାହିତ୍ୟ ମହୋତ୍ସବର ମୁଖପତ୍ର ଅତିଥିମାନେ ଉନ୍ମୋଚନ କରିଥିଲେ ।  ଚଳିତ ବର୍ଷ ସାଲେପୁର ସାହିତ୍ୟ ମହୋତ୍ସବ ରାଜ୍ୟସ୍ତରୀୟ ସମ୍ମାନ ପ୍ରଫେସର ପ୍ରାର୍ଥସାରଥୀ ଅଜୟ ବାରିକଙ୍କୁ ମୁଖ୍ୟଅତିଥି ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ଅତିଥିମାନେ ପ୍ରଦାନ କରିଥିଲେ ।  ଏହି ଅବସରରେ ରାଜ୍ୟର ୩୦ରୁ ଊଦ୍ଧ୍ୱର୍ ବିଶିଷ୍ଟ ସାହିିିତି୍ୟକଙ୍କୁ ସାଲେପୁର ସାହିତ୍ୟ ମହୋତ୍ସବ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଆକୁ ବିଷୟ ରୂପେ ଚୟନ କରି ମହାବିଦ୍ୟାଳୟରେ ଓଡ଼ିଆ ସମ୍ମାନ ଓ ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀରେ ପାଠ ପଢ଼ୁଥିବା ୪୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କବି ଚନ୍ଦ୍ରମଣି ଭୂୟାଁ ଧନ୍ୟବାଦ ଦେଇଥିବାବେଳେ ଏହି କାର୍ଯ୍ୟକ୍ରମରେ ଡଃ ଯୁଧିଷ୍ଠିର ଖଟୁଆ ସ୍ୱାଗତ ଭାଷଣ ଦେଇଥିବାବେଳେ ଡଃ ନିଖିଳେଶ ମହାନ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଷ୍ଣୁଚରଣ ମିଶ୍ର, ନାଗମଣୀ ସ୍ୱାଇଁ, ତ୍ରୈଲୋକ୍ୟ ଭୂୟାଁ, ବିଶ୍ୱରଂଜନ ସାହୁ, ମାନସ କୁମାର ଦାଶ, ପ୍ରବୀର ଦାସ, ହେମନ୍ତ ନନ୍ଦ, ସମ୍ବିତ୍ ଦାସ, ଅନନ୍ତ ଚରଣ ଦାଶଙ୍କ ସମେତ ବହୁ ସଂଗଠକ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ ।