ନିପୁଣ ଓଡ଼ିଶା ମେଳା
ନୂଆପଡା : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚିନ୍ଦାଗୁଡ଼ା ଠାରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଏଫ୍ଏଲଏନ୍ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ନେଇ କ୍ଲଷ୍ଟସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସିଆରସିସି ସିଲୁ ମହାନନ୍ଦଙ୍କ ସଭାପତିତ୍ୱରେ ହୋଇଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଡ଼ିଆଳ ଜୟଦେବ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମ ଶଗରିଆ ଓ କ୍ଷୀରୋଦ କୁମାର ଗହୀର ଉପସ୍ଥିତ ଥିଲେ । ଏଥିରେ ପ୍ରାୟ ୧୦୦ଟିରୁ ଊର୍ଦ୍ଧ୍ୱ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଛାତ୍ରଛାତ୍ରୀ ପ୍ରଦର୍ଶନ କରିଥିଲେ । ଅତିଥିଗଣ ସମସ୍ତଙ୍କୁ ଏହି ମେଳାର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ସମସ୍ତଙ୍କୁ ଉତ୍ସାହିତ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ମେଳାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଲୋଚନା ହୋଇଥିଲା । ଏବଂ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଦ୍ୟାଳୟରୁ ଏଫ୍ଏଲଏନ ଶିକ୍ଷକଶିକ୍ଷୟିତ୍ରୀଗଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ଜୟଶ୍ରୀ ଦଣ୍ଡସେନା ପରିଚାଳନା କରିଥିଲେ । ପରିଶେଷରେ ସିଲୁ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।