କାଦୁଅରେ ହୋଲି ଖେଳ

 ନୀଳଗିରି: ନୀଳଗିରି ଉପଖଣ୍ଡର ବିଭିନ୍ନ ସ୍ଥାନରେ ଧୁମଧାମରେ ହୋଲି ଉତ୍ସବ ପାଳିତ ହୋଇଯାଇଛି । ବିଶେଷ କରି ନୀଳଗିରି ଏନ୍ଏସି ଅନ୍ତର୍ଗତ ୧୨ନଂ, ୪ନଂ, ୧ନଂ, ୨ନଂ ୱାର୍ଡ ଘାଟଘର ସାହି ସମେତ ପୋଡ଼ାଶୂଳ, ଭାଲୁକୁପୋଷି, ନରଣପୁର, ଅଯୋଧ୍ୟା, ସନ୍ତରା ଗଡିଆ, ଛତ୍ରପୁର, ବରହମପୁର ଆଦି ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସରେ ରଙ୍ଗଖେଳ ହୋଇଥିଲା । ତେବେ ପରମ୍ପରାକୁ ବଜାୟ ରଖି ନୀଳଗିରି ଏନ୍ଏସି ମିରିଗିଣୀ ୪ନଂ ୱାର୍ଡରେ ଏକ ନିଆରା ରଙ୍ଗଖେଳ ହୋଇଥିଲା । କାଦୁଅରେ ରଙ୍ଗ ହୋଲି ଖେଳି ନିଜକୁ ହଜାଇ ଦେଇଥିଲେ ଛୋଟଛୋଟ ପିଲାଠୁ ଆରମ୍ଭ କରି ଯୁବକ, ଯୁବତୀ ଓ ପୁରୁଷ ଓ ମହିଳା ପର୍ଯ୍ୟନ୍ତ । ଏହି ନିଆରା ରଙ୍ଗରେ ସାମିଲ ହୋଇ ଏକତାର ସୂତ୍ରରେ ବାନ୍ଧି ଭାଇଚାରାର ସନେ୍ଦଶ ଦେଇଥିଲେ ଉକ୍ତ ଗ୍ରାମର ଗ୍ରାମବାସୀ ।